କେବେ ଶୁଭାରମ୍ଭ ହେବ ଅଳିଆ ବୁହା ଗାଡି?

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ବିଭିନ୍ନ ସାହି ସହିତ ବଜାର ଘାଟ ଏପରିକି ରାସ୍ତା କଡ଼ରେ ପଡିରହୁଛି କୁଢକୁଢ ଆବର୍ଜନା ସହିତ ପଚା ସଢ଼ା ଅଳିଆ। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଦୁର୍ଗନ୍ଧମୟ ପରିବେଶ। ଏହାକୁ ଦୂର କରିବା ପାଇଁ ଖଣି ନିଗମ ପକ୍ଷରୁ ପାରିପାର୍ଶ୍ବିକ ପାଣ୍ଠିରୁ ଦୁଇ ଗୋଟି ଅଳିଆ ଆବର୍ଜନା ବୁହା ଗାଡ଼ି ଯୋଗାଇ ଦିଆଯାଇଛି। ଏହା ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ହେବ ଆସି ରଖା ଯାଇଛି, କିନ୍ତୁ ତାହାର ଶୁଭାରମ୍ଭ ହୋଇପାରୁନାହିଁ। ଯେଉଁଥିପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ହେଉଛନ୍ତି। ଏଥିସହିତ ମଶା ମାଛି ବଂଶ ବୃଦ୍ଧି ହେବା ସହିତ ଏହା ରୋଗର ବାହକ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।
ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ତାହା ଅଳିଆ ବୁହା ଗାଡ଼ିର ଶୁଭାରମ୍ଭ କେବେ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.