ଛେଳି ଚୋରି ଅଭିଯୋଗ, ଜଣେ ଗିରଫ

ଲକ୍ଷ୍ମୀପୁର: କାକିରିଗୁମା ପୁଲିସ ପକ୍ଷରୁ ଚରୁଥିବା ଛେଳିକୁ କାରରେ ଚୋରି କରିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ଏଥିରେ ସାମିଲ ହୋଇଥିବା ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ କାକିରିଗୁମା ଥାନା ଅନ୍ତର୍ଗତ ଭିତରଗଡ ପଞ୍ଚାୟତର କାପ୍ଷିପୁଟ ରାସ୍ତା କଡ଼ରେ ଅନ୍ୟ ମାନଙ୍କ ଛେଳି ସହିତ ଗ୍ରାମର ଶତୃଘ୍ନ ସାଉନ୍ତାଙ୍କ ଛେଳି ମଧ୍ୟ ଚରୁଥିଲା। ତେବେ ସେହି ରାସ୍ତାରେ ଯାଉଥିବା ଏକ ଇଣ୍ଡିଗୋ କାରରେ ଦୁଇ ଜଣ ଦୁର୍ବୃତ୍ତ ଶତୃଘ୍ନଙ୍କ ଛେଳିକୁ ଚୋରି କରି ନେଇଯାଇଥିଲେ। ସେହି କାରର ନମ୍ବରକୁ ସେଠାରେ ଥିବା କିଛି ଲୋକ ଟିପି ରଖିଥିଲେ ଏବଂ ଏହି ଆଧାରରେ ଶତୃଘ୍ନ କାକିରିଗୁମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ କରାଯିବା ପରେ ସେହି କାରଟି କୋରାପୁଟ ସଦର ଅଞ୍ଚଳର ବୋଲି ଜଣାପଡ଼ିଥିଲା। ଶତୃଘ୍ନଙ୍କ ଛେଳି କୋରାପୁଟ ସଦର ଅଞ୍ଚଳର ଖାରିଗୁଡା ଗ୍ରାମର ଲେଲି ଖିଲଙ୍କ ପୁଅ ଗୋପୀ ଖିଲ ନାମକ ଜଣେ ଯୁବକ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଗୋପୀ ଖିଲକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡିଛି।

Comments are closed.