ଲକ୍ଷ୍ମୀପୁରରେ ଏକ ଦିବସୀୟ ବନ ମହୋତ୍ସବ ପାଳିତ 

ଲକ୍ଷ୍ମୀପୁର: ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରତି ବର୍ଷ ପରି ଏକଦିବସୀୟ ବନ ମହୋତ୍ସବ ପାଳିତ ହେଉଛି। ଏହି ଅବସରରେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସ୍ତାନୀୟ ଅଗ୍ନିଶ୍ରମ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୩୦ ପ୍ରକାରର ଚାରାରୋପଣ କରାଯାଇଛି। କାର୍ଯ୍ୟକ୍ରମରେ ବନପାଳ କେଶବ ସାହୁ, ପୁର୍ଣ୍ଣ ଚନ୍ଦ୍ର କଲେକା, ପିଏନ ତ୍ରିପାଠୀ, ଅଗ୍ନିଶମ ବିଭାଗର ଏସଆଇ ଆନ୍ଦ୍ରିୟ ଟେଟେ ଉପସ୍ଥିତ ଥିଲେ। ହାବିଲଦାର୍ କୁଅଁର କେର୍କେଟାଙ୍କ ସହ ଆଗ୍ନିକ ଏବଂ ବନ ବିଭାଗ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ। ପରେ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଏସିଏଫ୍ ଉମା ମହେସଙ୍କ ଉପସ୍ଥିତିରେ କରଞ୍ଜ, ଅଁଳା ବାଟୁଳି, ଗୋଲାପ ଜାମୁ ଆଦି ଚାରା ରୋପଣ କରାଯାଇଥିବା ନେଇ ଶ୍ରୀ ଖରା କହିଛନ୍ତି। ଏହି ଚାରାରୋପଣ ପ୍ରକ୍ରିୟା ସପ୍ତାହେ ଧରି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.