୨ ଚୋରି ବାଇକ ଜବଦ,୩ ଗିରଫ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁରରୁ ଚୋରି ହୋଇଥିବା ଦୁଇଟି ମଟର ସାଇକେଲ ଉଦ୍ଧାର କରାଯିବା ସହିତ ୩ ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି। ଏଥି ସହିତ ଏହି ଘଟଣାରେ ସଶ୍ଳିଲଷ୍ଟ ଥିବା ଦୁଇ ଜଣ ନାବାଳକଙ୍କୁ ମଧ୍ୟ ବାଳ ସୁଧାର ଗୃହକୁ ପଠା ଯାଇଛି। ସୂଚନା ଅନୁଯାୟୀ ଗତ ଅକ୍ଟୋବର ମାସ ୨୮ ତାରିଖରେ ଜୟଦାନ ଖରା ନାମକ ଜଣେ ଶିକ୍ଷକଙ୍କ ଘରୁ ଏକ ମଟର ସାଇକେଲ ଚୋରି ହୋଇଥିଲା। ସେହିପରି ନଭେମ୍ବର ମାସ ୧୪ ତାରିଖ ରାତିରେ ରବିନ୍ଦ୍ର ସାହୁ ନାମକ ଶିପାହୀଙ୍କ ଘର ସମ୍ମୁଖରୁ ମଧ୍ୟ ଏକ ମଟର ସାଇକେଲ ଚୋରି ହୋଇଥିଲା। ତେବେ ସିସି କ୍ୟାମେରା ଫୁଟେଜକୁ ଆଧାର କରି ପୁଲିସ ବୁର୍ଜା ଗ୍ରାମର ଦୁଇ ଜଣ ନାବଳକଙ୍କୁ ଧରି ପଚରା ଉଚରା କରିବା ପରେ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ପାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା କୋରାପୁଟର ମୁତ୍ୟାଲ ରାଓ ନାମକ ଜଣେ ଗ୍ୟାରେଜ ମାଲିକଙ୍କ ସହିତ ଶେଖ ଚାନ୍ଦଭାଶ ଓ ପ୍ରଭାତ ଟାକ୍ରିଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସଂପୃକ୍ତ ନାବାଳକ ଦ୍ୱୟ ଆହୁରି ଅନେକ ଘଟଣାରେ ସଶ୍ଳିଷ୍ଟ ଥିବା ଏସଡିପିଓ ଅଶ୍ୱିନୀ କୁମାର ନାୟକ ଓ ଥାନା ଅଧିକାରୀ ଗୌରହରି ସାହୁ ପ୍ରକାଶ କରିବା ସହିତ ତଦନ୍ତ ପରେ ତାହା ପ୍ରକାଶ କରାଯିବା ବୋଲି କହିଛନ୍ତି।

Comments are closed.