ସାଥିବାଛିବାର ଏକ ନିଆରା ଯାତ୍ରା; ଲକ୍ଷ୍ମୀପୁର ବ୍ଲକର ଫୁଲ ଯାତ୍ରା

ଲକ୍ଷ୍ମୀପୁର :ସାଥିବାଛିବାର ଏକ ନିଆରା ପାରମ୍ପରିକ ଯାତ୍ର। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଫୁଲଯାତ୍ରା।  ଦୀପାବଳୀ ଯିବାର ସପ୍ତାହକପରେ ପଡ଼ୁଥିବା ପ୍ରଥମ ଶନିବା ଦିନ ଅନୁଷ୍ଠିତ ହୋଇଥାଏ। ବର୍ଷକରେ ଥରେ ଏହି ଯାତ୍ରା କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆ ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡ଼ାର ନିକଟବର୍ତ୍ତି ଏକ ଆମ୍ବତୋଟା ନିକଟରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଛି। ବିଶେଷ କରି ଆଦିମ ଜନଜାତି କୁଇ ସମ୍ପ୍ରଦାୟର ଲୋକେ ଏହିଯାତ୍ରା ପାଳନ କରିଥାନ୍ତି। ଯାତ୍ରାରେ ବିଭିନ୍ନ ଘର କରଣା ସାମଗ୍ରି ସହିତ ଲିଆ ଖଜା ଦୋକାନ ଠାରୁ ଆରମ୍ଭକରି ଅନ୍ୟାନ ସାମଗ୍ରିର ପସରା ମେଲା ଯାଇଥିଲା।

ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କନିଆଁ ଝିକା। ଆଦିବାସୀ ଯୁବକ ଯୁବତୀ ଯେଉଁ ମାନେ ଗାଁ ଗାଁରେ ଏପରିକି ଗୋଟିଏ ଗାଁର ଯୁବକ ମାନେ ମିଶି ଆଉ ଗୋଟଏ ଗାଁକୁ ଯାଇଥାନ୍ତି ଧୁନ୍ଦୁଣୀ ଗାଇବାପାଇଁ। ସେହିଠାରୁ ହିଁ ସେମାନେ ଜୀବନ ସାଥି ବାଛିଥାନ୍ତି। ମନଦିଆ ନିଆ ହୋଇି କେତେକଙ୍କ ଘରଲୋକେ ତାହାକୁ ସ୍ୱୀକୃତି ଦେଇଥାନ୍ତିତ ଆଉ କେହି କେହି ଏାହକୁ ବିରୋଦ୍ଧ କରିଥିଲେ ମଧ୍ୟ ପରବର୍ତ୍ତି ମୁହୁର୍ତ୍ତରେ ଗ୍ରହଣ କରିଥାନ୍ତି। ଏହି କ୍ଷେତ୍ରରେ ସେମାନେ ପୁର୍ବରୁ ସଲାସୁତୁରା ହୋଇଥାନ୍ତି। ଯାତ୍ରା ଦେଖିବା ପାଇଁ ଆସିଥିବା ଯୁବତୀକୁ ଭଲ ପାଉଥିବା ଯୁବକର ସାଥିମାନେ ସୁଯୋଗ ଦେଖି ସେଠାରୁ ଝିକିନିଅନ୍ତି (ଟାଣି ନିଅନ୍ତି)। ଏହାକୁ କନିଆଁ ଝିକା ଯାତ୍ରା ବୋଲିମଧ୍ୟ ଏଠାରେ କୁହାଯାଏ।  ଯୁବତୀ ଜଣଙ୍କ ସାଥିମେଳରେ ଯାତ୍ରା ଦେଖବାକୁ ଆସିଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୁବକ ସାଙ୍ଗ ମାନଙ୍କ ସହଯୋଗରେ ସୁଯୋଗଦେଖି ଝିକି ନିଅନ୍ତି। ସେହି ଯୁବତୀଙ୍କୁ ନେଇ ଯୁବକଙ୍କ ଗାଁରେ ଏକ ଘରେ ରଖିଥାନ୍ତି। ଯେଉଁଠାରେ କି ଗାଁର ଯୁବତୀ ମାନେ ତାକୁ ଜଗି ରହି ତା ସହିତ ଗପସପ କରି ତା’ର ମନ ଜିଣିବାକୁ ଚେଷ୍ଟା କରିଥାନ୍ତି। ଏହାଛଡ଼ା ଯୁବତୀ ଜଣଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା ହୋଇଥାଏ। ପ୍ରାୟ ସପ୍ତାହେ ଧରି ସମ୍ପୃକ୍ତ ଯୁବତୀଙ୍କୁ ଏହିପରି ରଖାଯାଇଥାଏ। ଏହି ସମୟ ମଧ୍ୟରେ ଯଦି ଯୁବତୀ ଜଣଙ୍କ ମନ ବଦଳେ ବା ବିବାହପାଇଁ ସହମତି ମିଳେ ତା’ ହେଲେ ସମ୍ପୃକ୍ତ ଯୁବକଙ୍କ ସହିତ ତାର ବିବାହ ହୋଇଥାଏ। ନଚେତ ତାକୁ ତାର ଗ୍ରାମର ମୁରବୀ ଶ୍ରେଣୀର ଲୋକମାନଙ୍କୁ ଡାକି ତାଙ୍କ ଜୀମା ଦିଆଯାଇ ଯୁବତୀ ଜଣଙ୍କୁ ବାହୁଡ଼ାଇ ଦିଆ ଯାଇଥାଏ। ଇଛା ବିରୁଦ୍ଧରେ ଏହିପରି କନିଆ ଝିକା ସମୟରେ ଯାତ୍ରାରେ ଗାଁ ଗାଁ ମଧ୍ୟରେ ମାରପିଟି ହୋଇ ରକ୍ତାକ୍ତ ହୋଇଥାନ୍ତି। ସେଥିପାଇଁ ଲକ୍ଷ୍ମୀପୁର ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥାଏ। ଏହି ଯାତ୍ରା ଦେଖିବା ପାଇଁ ଅବିଭାଜିତ କୋରାପୁଟ ଜିଲାର କାଶୀପୁର, ରାୟଗଡ଼ା, ସମେତ ଦଶମନ୍ତପୁର, ନାରାୟଣ ପାଟଣା, ବନ୍ଧୁଗାଁ ବ୍ଲକ ସମେତ ବିଭିନ୍ନ ଆଡରୁ ଲୋକେ  ଯାତ୍ରା ଦେଖିବାକୁ ଆସିଥାନ୍ତି। ବିଶେଷକରି ଆଦିବାସୀ କୁଇ ସମ୍ପ୍ରଦାୟର ଲୋକେ ଏହିଯାତ୍ରା କରୁଥିବାବେଳେ ଏାହକୁ ଦେଖିବା ପାଇଁ ସବୁ ସମ୍ପ୍ରଦାୟର ଲୋକ ଏହି ଯାତ୍ରା ଦେଖିବାପାଇଁ ଆସିଥାନ୍ତି। ଏହି ଯାତ୍ରା କାହିଁ କେଉଁ କାଳରୁ ଏହି ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇ ଆସୁଛି। ଯାତ୍ରାଦିନ ବିରିଗୁଡ଼ା ଗ୍ରାମର ଜାନୀଙ୍କ ଘରୁ ଏକ ପ୍ରଜ୍ୱଳିତ ଦୀପକୁ ଯାତ୍ରା ଗୁଡ଼ି ନିକଟକୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏଠାରେ ବେଜୁଣୀ (ଗୁରୁମାଇ), ଜାନୀ ପୂଜା କରିଥାନ୍ତି ଦେବୀଙ୍କୁ ଛେଳି , କୁକୁଡ଼ା ସହିତ ନଡ଼ିଆ କଦଳୀ ଦେଇ ପୂଜା କରାଯାଇ ଥାଏ। ପୁର୍ବରୁ ଏହି ଯାତ୍ରାରେ ବହୁସଂଖ୍ୟାରେ କନିଆଝିକା ହେଉଥିଲା ଗତବର୍ଷ ୫ଜଣ ଯୁବତୀଙ୍କୁ ଝିକିନିଆ ଯାଇଥିଲା। ତେବେ ଚଳିତ ବର୍ଷରେ ଖବର ମିଳିନାହିଁ। ବିରିଗୁଡ଼ା ଗ୍ରାମ ବାସୀମାନେ ଯାତ୍ରା ପରିଚାଳନା କରିଥାନ୍ତି। ଏହିଯାତ୍ରା ଦୀପାବଳୀ ଯିବାର ଗୋଟିଏ ଶନିବାର ପରେ ପଡ଼ୁଥିବା ଶନିବାର ଦିନହିଁ ଅନୁଷ୍ଠିତ ହୋଇଥାଏ। ବିଶେଷକରି କନିଆଁ ଝିକା ଦେଖିବାପାଇଁ ଲୋକେ ଉତ୍ସୁକତାର ସହିତ ଆସିଥାନ୍ତି। ହଜାର ହଜାର ଲୋକ ସେମାନଙ୍କ ପିଲାଛୁଆ ଧରି ଯାତ୍ରା ଦେଖିବାପାଇଁ ଆସିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Comments are closed.