କୋରାପୁଟ ଜିଲା ପ୍ରବେଶ ପଥ ସିଲ, ୨୪ଘଣ୍ଟିଆ ଯାଞ୍ଚ ଆରମ୍ଭ

ଲକ୍ଷ୍ମୀପୁର : କରୋନା ମହାମାରୀ କୋରାପୁଟ ଜିଲାରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥି ପାଇଁ ଶହେ ଟପିଲାଣି ସଂକ୍ରମିିତଙ୍କ ସଂଖ୍ୟା। ଏଥିଯୋଗୁ ଜିିଲା ପ୍ରଶାସନର ମୁଣ୍ଡ ବଥା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଜିଲାର ଦୁଇଟି ପ୍ରବେଶ ପଥକୁ ସିଲ କରିି ଦିଆଯାଇଛି । ରାୟଗଡା ଠାରୁ କୋରାପୁଟ ଦେଇ ଯାଇଥିବା ରାଞ୍ଚି – ବିଜାଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମୀପୁର ଠାରେ ଏକ ସ୍ଵତନ୍ତ୍ର ତନଖି ଫାଟକ କରାଯାଇଛି। ବିଭିିନ୍ନ ହଟଷ୍ପଟ ଅଚଂଳରୁ ଆସୁଥିବା ଲୋକଙ୍କୁ ଜିଲା ପ୍ରବେଶ ଉପରେ ରୋକ ଲଗାଯାଇଛି। ଜିଲା ପ୍ରଶାସନର ନିର୍ଦ୍ଦଶେ କ୍ରମେ ଲକ୍ଷ୍ମୀପୁର ଠାରେ ସାଉଥ କୋଃ କାର୍ଯ୍ୟାଳୟ ସମ୍ମୁଖରେ ବେରିକେଟ୍ କରାଯାଇ ଏକ ଫାଟକ କରାଯାଇଛି। ଜିିଲା ବାହାରୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଯାଞ୍ଚ କରାଯାଇ ଆଗନ୍ତୁକ ମାନଙ୍କୁ ସେମାନେ କେଉଁଠାରୁ ଆସିଲେ କେଉଁଁଠିକୁ ଯିବେ ତା’ର ତଦାରଖ କରିବା ନିମନ୍ତେ ମାଜିଷ୍ଟ୍ରେଟଙ୍କୁ ଦାଇତ୍ଵ ଦିଆଯାଇଛି। ଏହି କାର୍ଯ୍ୟରେ ସବୁୁଦିନ ୨୪ ଘଣ୍ଟା ଛଅଜଣ ଶିକ୍ଷକ ଓ ନଅଜଣ ପୋଲିସ କର୍ମଚାରୀଙ୍କ ସମେତ ପର୍ଯ୍ୟାୟ କ୍ରମେ ଲକ୍ଷ୍ମୀପୁର ତହସିଲଦାର୍ ନାରାୟଣପାଟଣା ତହସିଲଦାର ଓ ବନ୍ଧୁଗାଁ ତହସିଲଦାରଙ୍କୁ ଏକଜୁଟିଭ ମାଜିଷ୍ଟେଟ୍ ଦାଇତ୍ଵରେ ରହିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

ଲକ୍ଷ୍ମୀପୁର ତହସିଲଦାର ମଧୁମିତା ପାମେଲାକର,ନାରାୟଣପାଟଣା ତହସିଲଦାର ଅଭୀଷେକ ଦାସ,ବିଡିଓ ପ୍ରସନ୍ନ ସଢଙ୍ଗୀ,ବିଏସଓ କାର୍ତ୍ତିକ ପାଢ଼ୀ ,ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଚିତରଞ୍ଜନ ତ୍ରିପାଠୀ ,କନିଷ୍ଠ ଯନ୍ତ୍ରୀ ଭାଗିରଥି ପାଢୀ ପ୍ରମ୍ମୁଖ ଉପସ୍ଥିତ ରହି ସବୁକିଛି ଅନୁଧ୍ୟାନ କରିଥିଲା ବେଳେ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ପୁଲିସ କର୍ମିଙ୍କୁ ଧରି ବେରିକେଟ ଲଗେଇବାସହ ଏକ ନୁତନ ଚେକଗେଟ୍ ମଧ୍ୟ ସ୍ଥାପନ କରିଥିଲେ। ପାଖରେ ୨୪ ଘଣ୍ଟିଆ କାର୍ଯ୍ୟ ପାଇଁ ଏକ ଅସ୍ଥାଇ ଶିବିର ନିର୍ମାଣ କରିବାକୁ ସ୍ଥାନୀୟ ପୁର୍ତ୍ତ ବିଭାଗକୁ ଦାଇତ୍ଵ ଦିଆ ଯାଇଛି। ଲକ୍ଷ୍ମୀପୁର ଅଞ୍ଚଳରକୁ ହଟଷ୍ପଟ୍ ଜିଲାରୁ ଲୁଚି ଛପି ରହିଥିବା ଲୋକଙ୍କ ପରିଚୟ କାଢିବାକୁ ସେମାନଙ୍କୁ ବାହାର କରିବା ପାଇଁ ବ୍ଲକ ପ୍ରଶାସନକୁ ଦାୟିତ୍ଵ ଦିଆଯାଇଛି । ଜିଲା ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରା ଯାଇଛି ।

Comments are closed.