ମାଟି ତଳୁ ବିରଳ ଲକ୍ଷ୍ମୀ ମୂର୍ତ୍ତି ଉଦ୍ଧାର

ପାଟଣା : କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝୁମ୍ପୁରା ବ୍ଲକ୍ ଟୁକୁଡିହା ପଞ୍ଚାୟତ ରସବନ୍ତଳା ଗ୍ରାମର ବ୍ରହ୍ମେଶ୍ୱର ନାଏକଙ୍କ ବାଡିରୁ ସୋମବାର ମାଟି ଖୋଳା ଯିବା ସମୟରେ ଏକ ବିରଳ ପ୍ରାଚୀନ ଦୀପ ଲକ୍ଷ୍ମୀ ମୂର୍ତ୍ତି ମିଳିଛି। ବ୍ରହ୍ମେଶ୍ୱରଙ୍କ ପୁଅ ବିନୋଦ ବିହାରୀ ନାଏକ ବାଡ଼ିରେ ଏକ ନଡ଼ିଆ ଗଛ ଲଗାଇବା ପାଇଁ ଗାତ ଖୋଳୁଥିବା ସମୟରେ ପାଖା ପାଖି ଅଢେଇ ଫୁଟ ଗଭୀରରୁ ଏହି ବିରଳ ମୂର୍ତ୍ତିଟି ମିଳିଛି। ଏହି ଦୀପ ଲକ୍ଷ୍ମୀ ମୂର୍ତ୍ତିଟି ରୂପାରେ ତିଆରି ହୋଇଥିବା ଅନୁମାନ କରାଯାଉଛି, ଏହି ଭଗ୍ନ ମୂର୍ତ୍ତିଟିର ଓଜନ ପାଖା ପାଖି ୩ କେ.ଜି ବୋଲି ଜଣାପଡିଛି। ଏକ ହାତୀ ଉପରେ ଲକ୍ଷ୍ମୀ ଠାକୁରାଣୀ ବସିଥିବା ଓ ତାଙ୍କ ହାତ, ମୁଣ୍ଡ ଓ ସାମ୍ନାରେ ଦୀପ ରହିଥିବା ଜଣାପଡିଛି।

Comments are closed.