ଧଳାପଥରରେ ଗଜଲକ୍ଷ୍ମୀ ପୂଜା

0

କଳାପଥର(ବାଙ୍କୀ) : ଧଳାପଥର ଲକ୍ଷ୍ମୀ ବଜାର ପୂଜା କମିଟି ତରଫରୁ ମା ଗଜଲକ୍ଷ୍ମୀଙ୍କ ପୂଜା ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଛି । ପାଞ୍ଚଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଇଲେକ୍ଟ୍ରି ଅଫିସ୍‍ ଛକଠାରୁ କଳାପଥର ମେଡିକାଲ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା, ଡ୍ୟାନ୍ସ ଗ୍ରୁପର ବ୍ୟବସ୍ଥା ଥିବା ବେଳେ ତିନି ଦିନ ପ୍ରବଚନ ଓ ପାଲା ପରିବେଷଣ କରାଯିବ ବୋଲି ଜଣାପଡିଛି।

କମିଟିର ସଭାପତି ଭୋଳାନାଥ ବେହେରା, ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ତତ୍ତ୍ୱବଧାନରେ ପୂଜା କାର୍ଯ୍ୟ ଚାଲୁଥିବା ଜଣାଯାଇଛି। ପଣ୍ଡିତ ଜିତୁ ଦାସ, ବିକ୍ରମ ମହାରଣା ଓ ବସନ୍ତ ମଙ୍ଗରାଜ ପ୍ରବଚନ ପାଠ କରୁଥିବାବେଳେ ଗାୟକ ଚୁଡାମଣି ଲକ୍ଷ୍ମୀଧର ଦାସ ପାଲା ପରିବେଷଣ କରିବେ। ବଜାରରେ ବିଭିନ୍ନ ଷ୍ଟଲରେ ଲୋକଙ୍କ ଗହଳି ଲାଗି ରହିଛି।

Leave A Reply