ଲକ୍ଷ୍ମୀ ପୂଜାପାଇଁ ଢେଙ୍କାନାଳ ଚଳଚଞ୍ଚଳ

0

ଢେଙ୍କାନାଳ : ମା’ଲକ୍ଷ୍ମୀଙ୍କ ଆଗମନ ପାଇଁ ଢେଙ୍କାନାଳ ସହର ଚଳଚଞ୍ଚଳ ହୋଇ ଉଠିଛି।  ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଢେଙ୍କାନାଳ ସହର ଲକ୍ଷ୍ମୀପୂଜା ପାଇଁ ବେଶ ପ୍ରସିଦ୍ଧ ଅଟେ। ଏବେ କାରିଗରମାନେ ମା’ଙ୍କ ମୂର୍ତ୍ତି ଗୁଡ଼ିକରେ ନିର୍ମାଣର ଶେଷ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ପୂଜାକମିଟି ପକ୍ଷରୁ ତୋରଣ ଓ ଲାଇଟ୍‍ର ସାଜସଜ୍ଜା ଚାଲିଛି। ୧୧ ଦିନ ଧରି ପାଳିତ ହେବାକୁ ଥିବା ମା’ଙ୍କ ପୂଜା ପାଇଁ ସହରରେ ୪୦ଟି ସ୍ଥାନରେ ମେଢ ନିର୍ମାଣ ମଧ୍ୟ ଚାଲିଛି । ଲକ୍ଷାଧିକ ଲୋକଙ୍କ ସମାଗମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହା ଛଡ଼ା ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି।

Leave A Reply