ଆଠଗଡରେ ଗଜଲକ୍ଷ୍ମୀ ପୂଜା

ଆଠଗଡ : ଆଠଗଡ ସହରରେ କେବଳ ଗୋଟିଏ ସ୍ଥାନରେ ପୁରୁଣା ବସଷ୍ଟାଣ୍ଡ ବା ଲକ୍ଷ୍ମୀବଜାରରେ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି। ହନୁମାନ ଜୀଉ କୃପା ପରିଷଦ ଓ ନାଇଟ କ୍ଲବର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଗଜଲକ୍ଷ୍ମୀ ପୂଜାରେ ସୁରେଶ ଚନ୍ଦ୍ର ରଥ କର୍ତ୍ତା ଭାବେ ଏବଂ ପୁରୋଧା ଭାବେ ଲିଙ୍ଗରାଜ ତ୍ରିପାଠୀ, ସୁଧାକର ଶତପଥୀ ଓ ମାନସ ପଣ୍ଡା ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ। ନାଇଟ କ୍ଲବର ଓ ହନୁମାନ ଜୀଉ କୃପା ପରିଷଦର ସଦସ୍ୟମାନେ ଏହି ପୂଜା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.