ଏପରି କରନ୍ତୁ ମା’ଲକ୍ଷ୍ମୀଙ୍କ ପୂଜା; ବଦଳିଯିବ ଭାଗ୍ୟ 

ଧନ ଦେବୀ ମା’ଲକ୍ଷ୍ମୀଙ୍କ ପୂଜା କରିବାର କିଛି ସ୍ୱତନ୍ତ୍ର ନିୟମ ରହିଛି। ଯାହାକୁ ମାନିବା ଦ୍ୱାରା ଆମର ବହୁ ଉନ୍ନତି ହେବା ସହ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

  • ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ତାହାକୁ ଏକ ସାଲୁ କନା ଦ୍ୱାରା ଘୋଡ଼ାଇ ରଖିବା ଉଚିତ।
  • ଖଟୁଲି ନିକଟରେ ଏକ ଧାନ କେଣ୍ଡା ଝୁଲାଇ ରଖନ୍ତୁ। କେଣ୍ଡାର ବେଣ୍ଟକୁ ମଧ୍ୟ ନାଲି କପଡାରେ ଗୁଡାଇ ରଖନ୍ତୁ।
  • ମା’ଙ୍କ ମୂର୍ତ୍ତି ନିକଟରେ ଏକ ରୂପାର ଟଙ୍କା ରଖି ଏହାକୁ ପୂଜା କରନ୍ତୁ। ଧନର ବୃଦ୍ଧି ହେବା ସହ ଅଯଥାରେ ଧନ ଖର୍ଚ୍ଚ ହୋଇନଥାଏ।
  • ଏକ ନାଲି କପଡ଼ାରେ ନଡ଼ିଆକୁ ଗୁଡ଼ାଇ ମା’ଙ୍କ ନିକଟରେ ରଖିଲେ ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିଥାଏ।
  • ମା’ଙ୍କ ଫଟୋକୁ ସର୍ବଦା ପୋଷାକ ପିନ୍ଧାଇ ରଖିବା ଉଚିତ୍। ଏହା ଦ୍ବାରା କେବେ କୌଣସି ଦ୍ରବ୍ୟର ଅଭାବ ହୁଏ ନାହିଁ।
  • ମା’ଙ୍କୁ ନିୟମିତ ଏକ ସୁଗନ୍ଧ ଫୁଲ ଅର୍ପଣ କରନ୍ତୁ। ଏହା ଦ୍ବାରା ପରିବାରରେ ସୁଖଶାନ୍ତି ରହିବା ସହ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଠିକ୍ ରହିଥାଏ।

Comments are closed.