ଏହି କାର୍ଯ୍ୟ କଲେ କ୍ରୋଧ କରନ୍ତି ମହାଲକ୍ଷ୍ମୀ

0

ନିତିଦିନଆ ଜୀବନରେ ଜାଣତରେ ଅଜାଣତରେ ଏପରି ବହୁ କାର୍ଯ୍ୟ କରିଥାଉ, ଯାଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ। ଧନର ହାନି ହୋଇଥାଏ। ଗୃହରେ ଅଶାନ୍ତି ଲାଗିରହିବା ସହ ପରିବାରର ସଦସ୍ୟ ମାନଙ୍କ ହେହ ମଧ୍ୟ ଅସୁସ୍ଥ ରହେ।
ଗୃହରେ କେବେ ମଧ୍ୟ ନାରୀଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ।
ଘରକୁ ଆସିଥିବା ଅତିଥି ଓ ଘରେ ଥିବା ବୃଦ୍ଧଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ। ଏପରି କଲେ ମହାଲକ୍ଷ୍ମୀ ରୋଷ କରିଥାଆନ୍ତି ଓ ଧନର କ୍ଷୟ ମଧ୍ୟ ହୋଇଥାଏ।
ଠାକୁର ରହୁଥିବା ଘରେ କେବେ ମଧ୍ୟ ଚପଲ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହର ସୁଖଶାନ୍ତି ନଷ୍ଟ ହୋଇଥାଏ।
ଘରର ରୋଷେଇ ଘରକୁ ଚପଲ ପିନ୍ଧି ଯିବା ମଧ୍ୟ ଉଚିତ ନୁହେଁ। ଏହା ଦ୍ୱାରା ଅନ୍ନର ଅଭାବ ହୋଇଥାଏ।

Leave A Reply