୨୧ ପର୍ଯ୍ୟନ୍ତ ଚାଲିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : କଟକରେ ଆଇନଜୀବୀମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ସାଧାରଣ ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅଦାଲତ ଅବମାନନା ନେଇ ପୂର୍ଣ୍ଣ ଖଣ୍ଡପୀଠ ଦେଇଥିବା  ନୋଟିସ ମିଳିଛି ବୋଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୁହାଯାଇଛି । ବାର ଆସୋସିଏସନର ସଭାପତି ଗୋପାଳକୃଷ୍ଣ ମହାନ୍ତି  କହିଛନ୍ତି ଯେ ଆସନ୍ତା ୧୮ ତାରିଖରେ ସମସ୍ତ ବାର ଆସୋସିଏସନର ବୈଠକ ଡକାଯାଇଛି। ସେଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆସନ୍ତା ଶୁକ୍ରବାର ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ଆଇନଜୀବୀମାନେ ମଙ୍ଗଳବାର ଠାରୁ ୨ଦିନ ପର୍ଯ୍ୟନ୍ତ ସମସ୍ତ କୋର୍ଟ ବର୍ଜନ କରିଥିଲେ। ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମ ସୁପାରିଶକୁ ବନ୍ଦ କରାଯାଇ ନ୍ୟାସନାଲ ଜୁଡିସିଆଲ  ଆପଏଣ୍ଟମେଣ୍ଟ କମିସନ (ଏନଜେଏସି) ମାଧ୍ୟମରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଛି। କଲେଜିୟମ ନିଷ୍ପତ୍ତିକୁ ପ୍ରତିବାଦ କରି ଏକ ଆକ୍ସନ କମିଟି ଗଠନ କରାଯାଇଛି।  ଏହି କମିଟି ଜାତୀୟସ୍ତରରେ ରାଜନୈତିକ ଦଳର ନେତାମାନଙ୍କୁ ଭେଟିବା ସହ ରାଷ୍ଟ୍ରପତିକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

 

Comments are closed.