ଚତୁର୍ଥ ଦିନରେ ପହଞ୍ଚିଲା ଓକିଲ ସଂଘର ଆନ୍ଦୋଳନ

0

ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଓକିଲ ସଂଘର ଆନ୍ଦୋଳନ ଦ୍ବାରା କୋର୍ଟ କାର୍ୟ୍ୟରେ ବାଧା ସୃଷ୍ଟି ହୋଇଛି। ଓକିଲମାନେ ଏହି ଆନ୍ଦୋଳନରେ ଜର୍ଜଙ୍କୁ କୋର୍ଟ ମଧ୍ୟକୁ ଛାଡୁ ନଥିବା ଦେଖାଯାଇଛି। ଏହା ଫଳରେ ପୁଲିସ ଶୁକ୍ରବାର ଦିନ ଏଥିରେ ହସ୍ତକ୍ଷେପ କରିଛି। ପୁଲିସ କୋର୍ଟ ଫାଟକର ତାଲା ଭାଙ୍ଗି ଜର୍ଜଙ୍କୁ କୋର୍ଟ ଭିତରକୁ ନେଇଥିଲା। ଏନେଇ କୋର୍ଟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ କୋର୍ଟ ପରିସରରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

Leave A Reply