ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଆଇନଜୀବୀ

0

ଭୁବନେଶ୍ବର : ରାଜ୍ୟବ୍ୟାପୀ ଆଇନଜୀବୀଙ୍କ ଦୁଇଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାର ଠାରୁ ଆରମ୍ଭ ହୋଇଛି। ଦ୍ବିତୀୟ ଦିନର ଆନ୍ଦୋଳନରେ ଆଇନଜୀବୀମାନେ ବୀମା, ପେନସନ ଓ ଷ୍ଟାଇପେଣ୍ଡ ଦାବିରେ ରାଜ୍ୟର ସମସ୍ତ ଜିଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ଲିଗାଲ ସର୍ଭିସ ଆକ୍ଟ ତୁରନ୍ତ ଲାଗୁ କରିବା ପାଇଁ ମଧ୍ୟ ଆଇନଜୀବୀମାନେ ଦାବି କରିଛନ୍ତି। ଆଇନଜୀବୀଙ୍କ ୫ ଦଫା ଦାବିରେ ଯୁବ ଓକିଲଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ, ସମସ୍ତଙ୍କୁ ବାସଗୃହ ପ୍ରଦାନ ଇତ୍ୟାଦି ଦାବି ରହିଛି। କଟକରୁ ବିଭିନ୍ନ ଓକିଲ ସଂଘର ସଦସ୍ୟମାନେ ଏକାଠି ଭୁବନେଶ୍ବର ଆସିଛନ୍ତି। ଶହ ଶହ ଆଇନଜୀବୀ ଏକାଠି ହୋଇ ରାଜଭବନକୁ ଯାଇଛନ୍ତି। ସେମାନେ ସେଠାରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

 

Leave A Reply