କାର୍ଯ୍ୟରେ ଯୋଗ ଦେବେନି ହାଇକୋର୍ଟ ଆଇନଜୀବୀ

0

କଟକ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ତେବେ ଆଇନଜୀବୀ ଓ ମହକିଲମାନେ ଅଦାଲତରେ ପହଞ୍ଚିବା ସମ୍ଭବପର ନୁହେ। ଏହି ପରିପ୍ରେକ୍ଷୀରେ ଆଇନଜୀବୀମାନେ କୋର୍ଟରେ ଅନୁପସ୍ଥିତ ରୁହନ୍ତି; ତେବେ ମାମଲାର ଶୁଣାଣି ସମୟରେ କୌଣସି ପ୍ରତିକୂଳ ନିର୍ଦେଶ ନଦେଵା ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ଏ ନେଇ ଅନୁରୋଧ କରାଯାଇଛି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଥିବାବେଳେ ଏହି ବନ୍ଦକୁ ସଫଳ କରିବା ପାଇଁ ଉକ୍ତ ସଂଗଠନ ବ୍ୟତୀତ ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏହି ବନ୍ଦ ପ୍ରଭାବରେ ଯାନ ଚଳାଚଳ ବନ୍ଦ ସହ ରାସ୍ତାରୋକ ହେବାର ସମ୍ଭାବନା ରହିଛି। ତେବେ କୋର୍ଟ କାର୍ଯ୍ୟରେ ଯୋଗ ଦେଵା ପାଇଁ ଆଇନଜୀବୀ ଓ ମହକିଲମାନେ ଅସୁବିଧା ଭୋଗ କରିବାର ସମ୍ଭାବନା ଥିବା ଦୃଷ୍ଟିରୁ ବାର ପକ୍ଷରୁ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ବୈଠକ ଅାୟୋଜନ ପରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଏପରି ନିଷ୍ପତ୍ତି ନିଅାଯାଇଛି ବୋଲି ହାଇକୋର୍ଟ ବାର ଅାସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply