ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଇନଜୀବୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ହାଇଦରାବାଦ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଜଣେ ଯୁବ ଆଇନଜୀବୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନିଲ କୁମାର ନାମକ ଏହି ଆଇନଜୀବୀ ମୁଣ୍ଡରେ ‘ସ୍ବତନ୍ତ୍ର ପାହ୍ୟା ଦାବି’ ବିଷୟ ଉଲ୍ଲେଖ ପୂର୍ବକ କର୍ଣ୍ଣୁଲ ଜିଲାର ନାନ୍ଦ୍ୟାଲ ଅଦାଲତ ପରିସରରେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ଏହାର ଭିଡିଓ ରେକର୍ଡିଂ କରାଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ଅନିଲଙ୍କ ବାପା ଭେଙ୍କଟ ରାମାୟା କହିଛନ୍ତି ଯେ ପୁଅ ସବୁଦିନ ଭଳି ଅଦାଲତକୁ ଯାଇଥିଲେ; କିନ୍ତୁ ସେଠାରେ କ’ଣ ଘଟିଲା ଜଣାନାହିଁ। ସେ ଅଳ୍ପ କେଇ ମାସ ପୂର୍ବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ।

Leave A Reply