ଆଇନଜୀବୀ ସଂଘର ଇ-ଉପସ୍ଥାପନା ଓ ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ଆଲୋଚନା

ନବରଙ୍ଗପୁର : ଆଇନଜୀବୀ ସଂଘ ଓ ବିଚାରପତିଙ୍କ ମିଳିତ ଆଲୋଚନା ସଭା ସୋମବାର ନବରଙ୍ଗପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ମାମଲାର ଇ-ଉପସ୍ଥାପନା (e-filing) ସମ୍ବନ୍ଧରେ ଓ ଆଇନଜୀବୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜିଲ୍ଲା ଓ ଦୌରା ଜଜ୍  ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍  ପ୍ରଣୟ କୁମାର ଦାସ, ସି.ଜେ.ଏମ୍. ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ଅନ୍ନପୂର୍ଣ୍ଣା ନାୟକ, ବରିଷ୍ଠ ଦେୱାନୀ ବିଚାରପତି  ରାଜ କିଶୋର ଜେନା, ଏସ୍.ଡି.ଜେ.ଏମ୍. ପ୍ରିୟରଞ୍ଜନ ଓଝା, ପ୍ରଥମ ଶ୍ରେଣୀ ବିଚାରପତି ସୁମନ୍ତ କୁମାର ପଟ୍ଟନାୟକ ଓ ଆର୍ୟ ବାଳା ତ୍ରିପାଠୀ, ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ପ୍ରତାପ ପଣ୍ଡା, ଯୁଗ୍ମ ସମ୍ପାଦକ  ସନ୍ତୋଷ ନାୟକ, କୋଷାଧ୍ୟକ୍ଷ  ବିଧୁ ଶେଖର ତ୍ରିପାଠୀ ଓ ସମସ୍ତ ଆଇନଜୀବୀ ଯୋଗ ଦେଇ ଥିଲେ। ସମସ୍ତ ମାମଲା ଗୁଡ଼ିକର ଇ-ଫାଇଲିଂ ସମ୍ବନ୍ଧରେ ଓ ଆଇନଜୀବୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା

Comments are closed.