ବିଶ୍ୱର ଚାହିଦା ପୂରଣ କରିବା ପାଇଁ ସମର୍ଥ ହେବ ଭାରତ – ରାଜନାଥ ସିଂହ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଆଗାମୀ ଦିନମାନଙ୍କରେ ଭାରତ ସାରା ବିଶ୍ୱର ଚାହିଦା ପୂରଣ କରିବା ପାଇଁ ସମର୍ଥ ହେବ। ସୁରତ ଓ ମୁମ୍ବାଇର ଉଦୟଗିରିଠାରେ ସ୍ୱଦେଶ ନିର୍ମିତ ନୌଜାହାଜଗୁଡ଼ିକର ଶୁଭାରମ୍ଭ କରି ଶ୍ରୀ ସିଂହ କହିଛନ୍ତି, ନୌଯୁଦ୍ଧ ଜାହାଜ ନିର୍ମାଣ କରିବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଭାରତ ତାର କାରିଗରୀ ବିଦ୍ୟା ଓ ବିଶେଷ ଅଭିଜ୍ଞତାକୁ ବ୍ୟବହାର କରିଥିବାର ଇତିହାସ ରହିଛି।

ସେ କହିଛନ୍ତି, ସାରା ବିଶ୍ୱରେ ଦୁଇ ତୃତୀୟାଂଶ ତୈଳ ବାଣିଜ୍ୟ ଓ ଏକ ତୃତୀୟାଂଶ ମାଲ୍‍ ପରିବହନ କେବଳ ଭାରତ ପ୍ରଶାନ୍ତ ମହାସାଗର ସମୁଦ୍ର ପଥରେ ଜାହାଜ ଦ୍ୱାରା ପରିଚାଳିତ ହେଉଛି। ତେଣୁ ଏହି ଅଞ୍ଚଳରେ ସୁରକ୍ଷିତ ପରିବେଶ ବଜାୟ ରଖିବା ନିଶ୍ଚିତ ଆବଶ୍ୟକ ହେଉଛି। ଜଳପଥରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଦେଶର ଏକ ମଜବୁତ୍‍ ନୌ ଚଳାଚଳ ଭିତ୍ତିଭୂମିର ଆବଶ୍ୟକ ରହିଛି। ଶ୍ରୀ ସିଂହ କହିଛନ୍ତି, ଭାରତୀୟ ନୌବାହିନୀ ଗବେଷଣା ଓ ଉନ୍ନୟନ ମୂଳକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବାରୁ ଭାରତ ଓ ଆମେରିକାର କମ୍ପାନୀ ଗୁଡ଼ିକ ନୌବାହିନୀ ସହ ମିଳିମିଶି କାମ କରିବାକୁ ଆଗଭର ହେଲେଣି।

Comments are closed.