ପୁନୀତ ରାଜକୁମାରଙ୍କୁ ‘କର୍ଣ୍ଣାଟକ ରତ୍ନ’ ସମ୍ମାନ

ବେଙ୍ଗାଲୁରୁ: ଦିବଂଗତ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ସମ୍ମାନ ‘କର୍ଣ୍ଣାଟକ ରତ୍ନ’। ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ମଙ୍ଗଳବାର କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୯ ଜଣଙ୍କୁ ଏହି ସମ୍ମାନ ମିଳିଛି। ପୁନୀତ ରାଜ୍ୟର ୧୦ମ ବ୍ୟକ୍ତି ଭାବେ ଏହି ସମ୍ମାନ ପାଇବେ। କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପରେ ପୁନୀତଙ୍କ ପୂର୍ବରୁ ତାଙ୍କ ପିତା ଡ. ରାଜକୁମାରଙ୍କୁ ମଧ୍ୟ ‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନିିତ କରାଯାଇଥିଲା।

ଶେଷ ଥର ପାଇଁ ୨୦୦୯ରେ ବୀରେନ୍ଦ୍ର ହେଗଡେଙ୍କୁ ସମାଜସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇ ଏହି ଘୋଷଣା କରିବା ପରେ ପୁନୀତଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.