ରାକ୍ଷୀ ବନ୍ଧନର ପବିତ୍ର ଦିନରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ : ଆଜି ରକ୍ଷା ବନ୍ଧନର ପବିତ୍ର ଦିନରେ ବଲିଉଡ଼ର ପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠି ନାମରେ ପରିଚିତ ଲତା ମଙ୍ଗେସକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି। ଏହାସହ ଗୋଟିଏ ଭିଡ଼ିଓ ମଧ୍ୟ ପଠାଇଛନ୍ତି। ଲତା କହିଛନ୍ତି, କରୋନା କାରଣରୁ ସେ ତାଙ୍କୁ ରାକ୍ଷୀ ପଠାଇପାରି ନାହାନ୍ତି।
ଲତା ମଙ୍ଗେସକର ଭିଡ଼ିଓରେ କହିଛନ୍ତି, ନରେନ୍ଦ୍ର ଭାଇ, ଆଜି ରାକ୍ଷୀର ଶୁଭ ଅବସରରେ ମୁଁ ତୁମକୁ ପ୍ରଣାମ କରୁଛି। ତୁମେ ଯେପରି କାମ କରୁଛ ତାହା ଦେଶବାସୀ ସର୍ବଦା ମନେ ରଖିବେ। ଆଜି ଭାରତର କୋଟି କୋଟି ମହିଳା ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ଆଗକୁ ହାତ କରୁଛନ୍ତି ମାତ୍ର ରାକ୍ଷୀ ବାନ୍ଧିବା ସମ୍ଭବ ନୁହେଁ। କିନ୍ତୁ ଆପଣ ସବୁ ଜାଣନ୍ତି। ଆଜି କଥା ଦିଅନ୍ତୁ ଭାରତକୁ ଆହୁରି ଶୀର୍ଷ ସ୍ଥାନକୁ ନେବେ। ନମସ୍କାର।
ଲତାଙ୍କର ଏହି ଟ୍ୱିଟ ପରେ ମୋଦୀ ମଧ୍ୟ ନିଜର କଥା ଟ୍ୱିଟ ଯୋଗେ ଜଣାଇଛନ୍ତି। କହିଛନ୍ତି ଲତା ଦିଦି, ରକ୍ଷା ବନ୍ଧନର ଏହି ଶୁଭ ସମୟରେ ଆପଣଙ୍କର ଏହି ଭାବବିହ୍ୱଳ କଥା, ପ୍ରେରଣା ଓ ଶକ୍ତି ଦେବ।କୋଟି କୋଟି ମାଆ ଓ ଭଉଣୀଙ୍କ ଆଶୀର୍ବାଦ ଆମ ଦେଶକୁ ସବୁଠାରୁ ଉଚ୍ଚ ଶୀର୍ଷକୁ ନେବ। ନୂତନ ନୂତନ ସଫଳତା ପ୍ରାପ୍ତି କରିବ। ଆପଣ ସୁସ୍ଥ ଓ ଦୀର୍ଘାୟୁ ରୁହନ୍ତୁ। ଭଗବାନଙ୍କ ଠାରେ ମୋର ଏହି ପ୍ରାର୍ଥନା।

Comments
Loading...