ଫଟୋରେ ଦେଖନ୍ତୁ ବର୍ଷର ଶେଷ ସୂର୍ଯ୍ୟପରାଗ

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ ଶେଷ ହୋଇ ସାରିଛି। ଭାରତ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ସୂର୍ଯ୍ୟପରାଗର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ଘନ କୁହୁଡି ଯୋଗୁ ଲୋକେ ଠିକ୍ ଭାବେ ସୂର୍ଯ୍ୟପରାଗ ଦେଖିପାରି ନଥିଲେ। ଅନ୍ୟ କେତେକ ସହରରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯାଇଥିଲା। ତେବେ ଆସନ୍ତୁ ଫଟୋ ମାଧ୍ୟମରେ ଦେଖିବା କେଉଁ ସହରରେ କିପରି ସୂର୍ଯ୍ୟପରାଗ ଦେଖାଯାଇଥିଲା।

ଓଡିଶାର ରାଜଧାନୀ ଭୁବନେଶ୍ବରରେ ସୂର୍ଯ୍ୟପରାଗ ଅତି ସୁନ୍ଦର ଭାବରେ ଦେଖିବାକୁ ମିଳିଥିଲା।

ଭାରତର ଉପକୂଳବର୍ତ୍ତୀ ରାଜ୍ୟ କେରଳରେ ସୂର୍ଯ୍ୟପରାଗ ଅତି ସୁନ୍ଦର ଦୃଶ୍ୟମାନ ହୋଇଥିଲା। କେରଳର କୋଚ୍ଚିରେ ସ୍ପଷ୍ଟ ଭାବେ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା।

ତାମିଲନାଡୁର ଚେନ୍ନାଇରେ ଅଦ୍ଭୁତ ଭାବେ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା। ଏଠାରେ ସୂର୍ଯ୍ୟପରାଗ ସମୟରେ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା।

ଗୁଜରାଟର ଅହମଦାବାଦରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା।

ବିହାରର ଛପରାରେ ମଧ୍ୟ ସୂର୍ଯ୍ୟପରାଗ ଦେଖା ଯାଇଥିଲା। ଏଠାରେ ବାଦଲ ମଧ୍ୟରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା।

କେବଳ ଭାରତରେ ନୁହେଁ, ଦେଶର ବିଭିନ୍ନ ସହରରେ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିଥିଲା। ୟୁନାଇଟେଡ୍ ଆରବ ଅମିରାତର ରାଜଧାନୀ ଦୁବାଇରେ ମଧ୍ୟ ଭଲ ଭାବରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା।

Comments are closed.