ଡିସେମ୍ବର ୧୪ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭାରତରେ ହେବନି ଦୃଶ୍ୟମାନ

ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦେଖାଯିବ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୧୪ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦେଖାଯିବ। ଏହି ସମୟରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ କେବଳ ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦେଖାଯିବ। ଏହାର ପୂର୍ଣ୍ଣ ପରାଗ ପଥର ଅଧିକାଂଶ ଅଞ୍ଚଳ ସମୁଦ୍ର ମଧ୍ୟ ଦେଇ ଯିବ। ଆଂଶିକ ପରାଗ ପରାଗ ଉତ୍ତର ଆମେରିକା, ଉତ୍ତର ପଶ୍ଚିମ ଆଫ୍ରିକା ତଥା ଆଣ୍ଟାର୍କଟିକାରେ ଦେଖାଯିବ। ଏହାର ଭାରତୀୟ ସମୟ ସନ୍ଧ୍ୟା ୭.୦୩ ମିନିଟ୍‌ରେ ଆରମ୍ଭ ହୋଇ ରାତି ୧୨.୩୦ ବେଳକୁ ଶେଷ ହେବ। ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ ଓ ଶେଷ ସମୟ ସାମାନ୍ୟ ଅଲଗା ହେବ। ସେହିପରି ଅଲଗା ଅଲଗା ସ୍ଥାନରେ ପରାଗର ପରିମାଣରେ ମଧ୍ୟ ଭିନ୍ନତା ରହିବ। ଯେ କୌଣସି ସ୍ଥାନରେ ପରାଗର ପରିମାଣ ଓ ସଠିକ୍‌ ସମୟ ଆଦି ଇଣ୍ଟର୍‌ନେଟ୍‌ରୁ ତଥା ଅନେକ ମୋବାଇଲ୍‌ ଆପ୍‌ରୁ ସହଜରେ ମିଳିପାରିବ। ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ବିଷୟରେ ଅନେକ ସଠିକ୍‌ ତଥ୍ୟ ମଧ୍ୟ ସେଠାରୁ ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି।
ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ବିଷୟରେ ଅନେକ ସଠିକ୍‌ ତଥ୍ୟ ମଧ୍ୟ ସେଠାରୁ ମିଳିପାରିବ। ଭାରତରେ ଏହି ପରାଗ ଦେଖାଯିବ ନାହିଁ। ତେବେ ୨୦୨୨ ଅକ୍ଟୋବର ୨୫ରେ ପରବର୍ତ୍ତି ସୂର୍ଯ୍ୟ ପରାଗ(ଆଂଶିକ) ଦେଖାଯିବ। ଅର୍ଥାତ୍‌ ୨୦୨୧ ମସିହାରେ ଘଟିବାକୁ ଥିବା ଦୁଇଟି ସୂର୍ଯ୍ୟ ପରାଗରୁ କୌଣସିଟି ଭାରତରେ ଦେଖାଯିବ ନାହିଁ। ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟିଏ ଗୋଟିଏ ସାଧାରଣ ଘଟଣା ଓ ଏହା ଛାଇ ଆଲୁଅର ଏକ ଦୃଶ୍ୟ ଅଟେ। ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ଜାଣିଲେ ସମାଜରେ ଭରି ରହିଥିବା ଅନ୍ଧବିଶ୍ବାସଗୁଡ଼ିକ ଦୂର କରିବାରେ ସହାୟକ ହୋଇପାରିବ ବୋଲି ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

Comments are closed.