୬ ଲୋକସଭା ଆସନ ଉପରେ ନଜର : ପ୍ରଚାର ଶେ​ଷ ଦିନରେ ଆସିବେ ଶାହା

ଭୁବନେଶ୍ବର : ରାଜ୍ୟର ୬ ଲୋକସଭା ଆସନ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୪୧ ବିଧାନସଭା ଆସନରେ ଆସନ୍ତା ୨୯ ତାରିରେ ଚତୁର୍ଥ ତଥା ଚୁଡାନ୍ତ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆନ୍ତାକାଲି(ଶନିବାର) ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିଛି।

ଏଥିପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବାଲେଶ୍ବରର ରେମୁଣା​​‌ରେ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥ୍ରୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ପ୍ରଚାରର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଶ୍ରୀ ଶାହା ମୟୂରଭଞ୍ଜ ଜିଲ୍ଲା ମୋରଡାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଜୟ ସଙ୍କଳ୍ପ ସମାବେଶରେଯୋଗ ଦେବେ। ପରେ ଯାଜପୁର ଜିଲ୍ଲା ସୁକିନ୍ଦାଠାରେ ଅନୁଷ୍ଠିତ ହେବାକୁ ଥିବା ଦଳର ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗ ଦେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି।

ରାଜ୍ୟରେ ୩ଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୧୦୫ ଟି ବିଧାନସଭା ଆସନରେ ମତଦାନ ଶେ​‌ଷ ହୋଇଛି । ଏବେ  ୪ର୍ଥ ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା  ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୪୧ ବିଧାନସଭା ଆସନରେ ହେବ ଭୋଟଗ୍ରହଣ କରାଯିବ । କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ୧୯ ତାରିଖରେ ମତଦାନ ହେବ।

ମୟୂରଭଞ୍ଜ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବଡ଼ସାହି, ବାରିପଦା, ବିଧାନସଭା ଆସନରେ ୨୯ ତାରିଖରେ ମତଦାନ ହେବ। ସେହିପରି ବାଲେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ମୋରଡ଼ା,  ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବିଧାନସଭା ଆସନରେ ସେହିଦିନ ଭୋଟ ଗ୍ରହଣ କରାଯିବ। ଭଦ୍ରକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ଆସନରେ ଏପ୍ରିଲ ୨୯ ତାରିଖରେ ମତଦାନ ହେବ। ସେହିପରି ଯାଜପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ଆସନରେ ମଧ୍ୟ ଏହି ଦିନ ଭୋଟ ଅନୁଷ୍ଠିତ ହେବ। ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ସାଲେପୁର ଓ ମାହାଙ୍ଗା ବିଧାନସଭା ଆସନରେ ଆସନ୍ତା ୨୯ ତାରିଖ ସୋମବାର ଦିନ  ମତଦାନ ହେବାକୁ ଥିବାବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ନିଆଳୀ, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡ଼ା ବିଧାନସଭା ଆସନରେ ମଧ୍ୟ ଏହି ଦିନ ମତଦାନ ହେବ।

ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ଆସନ ପାଇଁ ୫୨ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁଛନ୍ତି । ବିଧାନସଭା ରଣାଙ୍ଗନରେ ୩୪୬ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ। ସେମାନଙ୍କ ମଧ୍ୟରୁ ୩୧୧ ଜଣ ପୁରୁଷ ଥିବା ବେଳେ ୩୪ ଜଣ ମହିଳା ଓ ୩ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ୯୫ଲକ୍ଷ ୧୪ହଜାର ୮୮୩ ମତଦାତା ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୧୦ଜହାର ୭୯୨ ପୋଲିଂ ବୁଥରେ ମତଦାନ ଅନୁଷ୍ଠିତ ହେବ।

 

Comments are closed.