ପ୍ରଥମ ଡୋଜ୍ ଟିକାଦାନର ଆଜି ଶେଷଦିନ

ଟିକା ନେ‌େ‌ଲଣି ୪ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ଅଭିଯାନ ଦ୍ରୁତ୍ ଗତିରେ ଚାଲିଛି। ସ୍ବାସ୍ଥ୍ୟବିଭାଗର ଆକଳନ ଅନୁଯାୟୀ ଶୁକ୍ରବାର ସୁଦ୍ଧା ପ୍ରାୟ ୪ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି। ଆସନ୍ତାକାଲି ୨ୟ ପର୍ଯ୍ୟାୟର ଶେଷ ଦିନ। ଇତିମଧ୍ୟରେ ୮୩.୧% ସ୍ବାସ୍ଥ୍ୟକର୍ମୀ ଏବଂ ୫୭.୭% ସମ୍ମୁଖ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଟିକାକରଣ ହାର ଏବେ ରେକର୍ଡ ସୃ‌ଷ୍ଟି କରିବାକୁ ଯାଉଛି। ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ଏବେ ସୁଦ୍ଧା ୨ଲକ୍ଷ ୮୧ହଜାର ୬୦୪ ସ୍ବାସ୍ଥ୍ୟ କର୍ମୀ ଏବଂ ୧ଲକ୍ଷ ୧୮ହଜାର ୬୬ କୋଭିଡ଼ ଯୋଦ୍ଧା ଟିକା ନେଇ ସାରିଲେଣି। ଆଜି ରାଜ୍ୟରେ ୨୦ହଜାର ୫୦ଜଣଙ୍କୁ ଟିକା ନେବା ପାଇଁ ଲକ୍ଷ୍ୟ ଥିବାବେଳେ ୧୬ହଜାର ୬୪୭ଜଣ ଟିକା ନେଇଛନ୍ତି। ସେଥିରେ ୪ହଜାର ୮୪ ସ୍ବାସ୍ଥ୍ୟକର୍ମୀ ଏବଂ ୧୨ହଜାର ୫୬୩ କୋଭିଡ଼ ଯୋଦ୍ଧା ରହିଛନ୍ତି।

Comments are closed.