ଡ୍ୟାମ୍‍ ଭୁଶୁଡ଼ି ଶତାଧିକ ନିଖୋଜ, ସହସ୍ରାଧିକ ବାସହରା

0

ଲାଓସ୍‍ : ଦକ୍ଷିଣ-ପୂର୍ବ ଲାଓସ୍‍ର ଆଟ୍ଟାପିଉ ପ୍ରଦେଶରେ ଏକ ଜଳଭଣ୍ଡାର ଭୁଶୁଡ଼ି ପଡ଼ିବା ଫଳରେ ସହସ୍ରାଧିକ ଲୋକ ବାସହରା ଓ ଶତାଧିକ ନିଖୋଜ ହୋଇଯାଇଛନ୍ତି। ବହୁ ଜନତା ନିଖୋଜ ହୋଇଯାଇଥିବାରୁ ବାସ୍ତବ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ସାନାମକ୍ସି ନିକଟରେ ନିର୍ମାଣାଧୀନ ଏହି ଜଳବିଦ୍ୟୁତ୍‍ ପ୍ରକଳ୍ପରୁ ଥାଇଲାଣ୍ଡକୁ ବିଦ୍ୟୁତ୍‍ ଯୋଗାଣ ହେବାର ଯୋଜନା ଥିଲା। ଭିଏତନାମ ସହାୟତାରେ ଏହି ଡ୍ୟାମ୍‍ ନିର୍ମାଣ ହେଉଥିଲା ଓ ଏଥିରୁ ୫ବିଲିୟନ କ୍ୟୁବିକ୍‍ ମିଟର ଜଳ ନିଷ୍କାସିତ ହେଉଥିଲା। ସରକାର ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply