ସିକେରକୁପା ସମବାୟ ସମିତିର ନିର୍ବାଚନ ଶେଷ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ସ୍ଥିତ ସିକେରକୁପା ସମବାୟ ସମିତି ଲିମିଟେଡର ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ସମିତିର ସମସ୍ତ ସଦସ୍ୟ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଥିବା ବେଳେ ଆଜି ସଭାପତି ଓ ଉପ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ଡମ୍ବରୁଧର ମାଝୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ବିରୁଦ୍ଧରେ କେହି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ଶ୍ରୀ ମାଝୀଙ୍କୁ ନିର୍ନ୍ଦ୍ବନ୍ଦ୍ବରେ ସଭାପତି ଭାବେ ଘୋଷଣା କରାଯାଇଥିଲା।

ସେହିପରି ଉପ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ଚଞ୍ଚଳା ଶବର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କୁ ମଧ୍ୟ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା। ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ଭାବେ ବିଶ୍ବନାଥପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର କନ୍ଧପାଣି ଯୋଗ ଦେଇଥିବା ବେଳେ ସହଯୋଗ କରିଥିଲେ ପ୍ରହଲ୍ଲାଦ ସା।

Comments are closed.