ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ରକ୍ତଦାନ ଶିବିର

ଲାଞ୍ଜିଗଡ଼: ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ “ସମାଜ” ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଶିବିର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଲାଞ୍ଜିଗଡ଼଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଲାଞ୍ଜିଗଡ଼଼ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ମେଡିକାଲ ଅଫିସର ଡା. ନିହାର ରଞ୍ଜନ ସାହୁ, ବିପିଏମ୍‍ ସୁରଜିତ ସିଂ କୁମାର,ବେଦାନ୍ତ ମେଡିକାଲ ମ୍ୟାନେଜର ଅମର କୁମାର ମହାନ୍ତି, ବିଶ୍ୱନାଥପୁର ସମିତିସଭ୍ୟ ଅଜିତ କୁମାର ପ୍ରଧାନୀ, ଯୁବ ସମାଜସେବୀ ନୀଲେଶ କୁମାର ନାଗ, ଲାଞ୍ଜିଗଡ଼଼ ବ୍ଲକ କଂଗ୍ରେସ କମିଟି ସଭାପତି ହରିହର କୁମାର, ଓଡ଼ିଶା ଡ୍ରାଇଭର ମହାସଂଘର ବ୍ଲକ ଏଡମିନ୍‍ ସୁଶୀଲ କୁମାର ଜାଲପ୍ରମୁଖ ଯୋଗ ଦେଇଥିଲେ।

ଲାଞ୍ଜିଗଡ଼଼ ବ୍ଲକ ସମାଜ ପ୍ରତିନିଧି ପରେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଲାଞ୍ଜିଗଡ଼ ପ୍ରେସ କ୍ଲବ ସଭାପତି କୌଳାସ ସାହୁ, ଯୁବ ସମାଜସେବୀ ଓ ସାମ୍ବାଦିକ ତଥା ପ୍ରେସ କ୍ଲବ ସମ୍ପାଦକ ସୁଶୀଲ କୁମାର ବାଗ, ଏମ୍‍. ଚନ୍ଦ୍ରଶେଖର, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ତୁଳ, ରମେଶ ଚନ୍ଦ୍ର ନାୟକ, କୋଦଣ୍ଡଧର ପ୍ରଧାନ, ପ୍ରଭୁରଞ୍ଜନ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଶିବିର ପରିଚାଳନାରେ ଲାଞ୍ଜିଗଡ଼଼ ପ୍ରେସ୍‍ କ୍ଲବ ଓ ପିଇଡବ୍ଲୁ ମିଡିଆ ଆସୋସିଏସନ୍‍ ଲାଞ୍ଜିଗଡ଼଼ ବ୍ଲକର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିରରେ ୨୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଇ ଅବସରରେ ଭବାନୀପାଟଣା ରକ୍ତଭଣ୍ଡାର ତରଫରୁ କ୍ରୁଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାକୁଡ଼, ଗିରିଶ କୁମାର ନାଏକ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଶିବିରରେ କଲେଜ ଛାତ୍ରୀ ସ୍ମୁତିପ୍ରଭା ମହାପାତ୍ର, ସରତ କୁମାର ମହାପାତ୍ର, ପୁଲିସ ଏଏସଆଇ ବୁଦେ୍ଧଶ୍ୟାମ ମାଝୀଙ୍କ ସମେତ ଜିତୁ କୁମାର ପୋଢ, ସୁଜିତ କୁମାର ସାହୁ, ସଞ୍ଜିବ କୁମାର କଅଁର, ମନୋଜ କୁମାର ପ୍ରଧାନ, ସଂଗ୍ରାମ କୁମାର ମହାପାତ୍ର, ପରେଶ କୁମାର ନାୟକ, ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ଧମେନ୍ଦ୍ର ପଣ୍ଡା, ପ୍ରଭୁରଞ୍ଜନ ସାମଲ, ପ୍ରିତମ କୁମାର ବେହେରା, ଅନନ୍ତ ସରାଫ, କୃଷ୍ଣ ନାଏକ, ଭୁପିନ୍ଦ୍ର ସାହୁ, ଫକିର ହରପାଲ, ବାସ ବେହେରା, ସଞ୍ଜିତ ହରିଜନ, ବିଶେକା କରୁଆଁ ପ୍ରମୁଖ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

Comments are closed.