ରଥଯାତ୍ରା ପାଇଁ ଲାଂଜିଗଡ଼ରେ ସ୍ଵଛ ଅଭିଯାନ ଆରମ୍ଭ

ଲାଞ୍ଜିଗଡ: ଆସନ୍ତା ଶୁକ୍ରବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ହେବାକୁ ଥିବାବେଳେ ଲାଞ୍ଜିଗଡ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଘୋଷଯାତ୍ରା ଦୁଇବର୍ଷ ବନ୍ଦ ରହିଥିବା ବେଳେ ଏ ବର୍ଷ ମହା ଆଡମ୍ବର ସହ ପାଳନ ହେବ ବୋଲି ପ୍ରସ୍ତୁତି ଚଳାଇଛି ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି। ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକଙ୍କ ସମାଗମ ପ୍ରତିଦିନ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବେଦାନ୍ତ, ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଓ ଲାଞ୍ଜିଗଡ ଗ୍ରାମ ପଂଚାୟତର ମିଳିତ ଅନୁକୁଲ୍ୟରେ ଲାଞ୍ଜିଗଡ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଡ୍ରେନ ସଫେଇ ଓ ରାସ୍ତା ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା ସଫେଇ ହେବା ସହ ହାଇସ୍କୁଲ ପରିସର ଓ ଲାଂଜିଗଡ଼ର ଗୌଡପଡା, ମଝିପଡା, ପ୍ରଧାନୀପଡ଼ା, ଡମବିଶିପଡା, କଲୋନୀପଡ଼ା, ରାଜାପଡା ଓ ସମସ୍ତ ସାହି ପରିସ୍କାର ପରିଚ୍ଛନ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହି ସ୍ଵଛ ଲାଞ୍ଜିଗଡ ଅଭିଯାନ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ।

ଏହି ଅଭିଯାନରେ ବେଦାନ୍ତ ପକ୍ଷରୁ ସିଏସ ଆର ମୁଖ୍ୟ ଵିଭୂଦେନ୍ଦୁ ପଣ୍ଡା, ଲିଗାଲ ହେଡ ନବଲ କିଶୋର ଶର୍ମା, ଶ୍ରୀମୁଖ ଅଗସ୍ତି , ଭଗବାନ ହୋତା, କାର୍ତ୍ତିକ ଓଡ଼ିଆ, ଭବାନୀ ଶଙ୍କର ନନ୍ଦ, ବେଦାନ୍ତ ହସ୍ପିଟାଲର ପ୍ରଶାନ୍ତ ପ୍ରାମାଣିକ, ଅମର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଚନ୍ଦ୍ରଧ୍ବଜ ପେସନିଆ, ଶ୍ରୀଧର ପେସନିଆ, ସୁବାଷ ଅଗ୍ରୱାଲ, ସୁବାଷ ମହାପାତ୍ର, ଲାଞ୍ଜିଗଡ ଯୁବକ ସଙ୍ଘ ପକ୍ଷରୁ ହିମାଦ୍ରୀ ପେସନିଆ ଓ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ। ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.