ଲାଞ୍ଜିଗଡ଼ ଭୈରବ ମନ୍ଦିରରୁ ଚୋରି ଅଭିଯୋଗ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ସ୍ଥିତ ପ୍ରସିଦ୍ଧ ଭୈରବ ମନ୍ଦିରରେ ଶୁକ୍ରବାର ରାତିରେ ଚୋରି ହୋଇଥିବା ନେଇ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଆଜି ସକାଳେ ମନ୍ଦିର ପୂଜକ ହରିଶ୍ଚନ୍ଦ୍ର ମୁଣ୍ଡଛିନା ମନ୍ଦିରକୁ ଯିବାବେଳେ ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କୁ ଜଣାଇଥିଲେ। କମିଟି ସଦସ୍ୟ ମନ୍ଦିରରେ ପହଞ୍ଚି ଦେଖିଲାବେଳକୁ ମନ୍ଦିରରେ ଥିବା ୨୦ଟି ଖଣ୍ଡା, ୫ଟି ଟାଙ୍ଗୀ, ଗୋଟିଏ ରୂପା ଛତ୍ର ଓ ୬ଟି ଶିକୂଳୀ ଚୋରି ହୋଇଥିବା ଏବଂ ଆଲମୀରା ଖୋଲା ପଡ଼ିଥିଲା । ଏହାକୁ ନେଇ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଲାଞ୍ଜିଗଡ଼ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Comments are closed.