ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ ; ଚାଳକ ଆହତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୦୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ କାର୍ ଗଛରେ ପିଟିହେବା ଫଳରେ କାରଟି ସାମ୍ନା ପଟ ଚୂରମାର ହୋଇଯାଇଛି । ଏଥିରେ ଚାଳକ ଜଣକ ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ସୂଚନାନୁଯାୟୀ, ଭବାନୀପାଟଣାରୁ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଟେ ଯାଉଥିବା କାରଟି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଢେପଗୁଡ଼ା ଘାଟିରେ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟିହେବା ଫଳରେ ଚାଳକ ଜଣକ ଆହତ ହେବା ସହ ଏଥିରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ତେବେ କାରଟି ସାମ୍ନା ପଟ ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି ।

Comments are closed.