ରାସ୍ତା କଡ଼ ଡ୍ରେନ୍ ସଫା କରାଇଲେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର

ଲାଞ୍ଜିଗଡ଼: ଦୀର୍ଘ ଦିନ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ଲାଞ୍ଜିଗଡ଼ରୋଡ଼ ମୁଖ୍ୟ ରାସ୍ତା କଡ଼ରେ ଥିବା ଡ୍ରେନ୍। ମାଟିକାଦୁଅର ପ୍ଲାଷ୍ଟିକ ବୋତଲ, ଜରି ଆଦିରେ ଦୀର୍ଘ ଦିନ ଧରି ଭରପୁର ରହିବା ଫଳରେ ରାସ୍ତା ଉପରେ ବହି ଚାଲିଥିଲା ନର୍ଦ୍ଦମା ପାଣି। ଏହି ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ନୂଆ ହସ୍ପିଟାଲ, କାକଭଟା, ଗଜରାଜପୁର ଆଦି ଗାଁକୁ ଲୋକେ ଯାତାୟତ କରିଥାନ୍ତି। ସେହିପରି ପ୍ରତି ରବିବାର ଦିନ ଏଇ ରାସ୍ତା ଉପରେ ସାପ୍ତାହିକ ବଜାର ବସିଥାଏ।

 

ମାଟି କାଦୁଅରେ ପୋତି ହୋଇ ପଡ଼ିବା ଯୋଗୁଁ ବର୍ଷା ଦିନରେ ଅଞ୍ଚଳବାସୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ସଂପର୍କରେ ଅଭିଯୋଗ ହେବା ପରେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଆଜି ନିଜେ ଉପସ୍ଥିତ ରହି ଡ୍ରେନ୍ ସଫା କରାଇଥିଲେ। ସରପଞ୍ଚଙ୍କ ଏତାଦ୍ରୁଶ ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ଆଜି ସରପଞ୍ଚଙ୍କ ଉପସ୍ଥିତି ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ୱାଡ ସଭ୍ୟ ଶ୍ରୀକର ମହାନନ୍ଦ, ସମାଜସେବୀ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଗଉଡ଼, ପ୍ରବଣ କୁମାର ରାଉତ, ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ, କେଶବ ବାରିକ, ସୈାରଭ ପ୍ରଧାନ, ଟିମା ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.