ପୁଣି ହାତୀ ଉପଦ୍ରବ, ଘର ଭାଙ୍ଗିବା ସହ ଆବାସପତ୍ର ନଷ୍ଟ କଲେ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ଦିର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ରାତିରେ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଲୋରମ୍ବା ଗ୍ରାମରେ ବାଣ୍ଡଙ୍ଗସୋର ଜଙ୍ଗଲରୁ ୧୬ ଗୋଟି ହାତୀ ଆସି ଲୋରମ୍ବା ଗାଁରେ ଉପଦ୍ରବ ଯୋଗୁଁ ଗୋଟିଏ ପରିବାର ଘର ସମ୍ପୂର୍ଣ ଭାବରେ ଭାଙ୍ଗି ନଷ୍ଟ କରିଛି। ବିଳମ୍ବିତ ରାତିରେ ୧୬ ଜଣିଆ ହାତୀପଲ ବାଣ୍ଡିଙ୍ଗସୋର ପାହାଡକୁ ଅତିକ୍ରମ କରି ଆରପାଖ ଲାଞ୍ଜିଗଡ ବ୍ଲକ ସୀମାନ୍ତରେ ଥିବା ଲୋରମ୍ବା ଗ୍ରାମର ଗରୁଧନ ସୁନା ସମ୍ପୂର୍ଣ ଭାବରେ ଘର ଭାଙ୍ଗିବା ସହ ଘର ଧାନ ଚାଉଳ ଆବାସ ପତ୍ର ନଷ୍ଟ କରିଛି କରିଛି ସକାଳୁ ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ବର୍ତ୍ତମାନ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସି କ୍ଷୟକ୍ଷତିର ଆକଳନ କରି ସରକାର ତରଫରୁ କ୍ଷୟକ୍ଷତିର ସହାୟତ ମିଳିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଖବର ପାଇବା ପରେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ସମିତି ସଭ୍ୟ ବେଣୁଧର ବାଗ, ନାଇବ ସରପଞ୍ଚ ସମ୍ବା ମାଝୀ, ୱର୍ଡ ମେମ୍ବର ମକରନ୍ଦ ମାଝୀ ଘଟଣା ସ୍ଥଳରେ ପୂହୁଛି ପରିବାରକୁ ଆସସ୍ଥାନ ଦେବା ସହିତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଏହି ଜଙ୍ଗଲି ହାତୀପଲ୍ଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତମାନ ଗାଁ ପାଖ ବାଣ୍ଡିସୀ ସୋର ଡ଼ଙ୍ଗରରେ ହାତୀପଲ ଥିବାରୁ ଲୋରମ୍ବା ସୋରଗୁଡା ଯାନବାହାଳୀ ଗ୍ରାମବାସୀ ଭୟବିତ ହଉଛନ୍ତି ଯେତେ ଚେଷ୍ଟା କଲେ ବି ବନବିଭାଗ ଗାଁ ମୁହା ହେଉଥିବା ହାତୀପଲ୍ଲକୁ ଅଟକାଇ ପାରୁନାହାନ୍ତି। ତେଣୁ ଅତିଶୀଘ୍ର ବନ ବିଭାଗ ତଥା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ଲୋକେ ଦାବି କରିଛନ୍ତି।

Comments are closed.