ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ପ୍ରଦର୍ଶନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଲାଞ୍ଜିଗଡ଼ ସରକାରୀ ଆବାସିକ ବିଦ୍ୟାଳୟ ତଥା ସ୍ଥାନୀୟ ଇଣ୍ଡେନ ଗ୍ରାମୀଣ ବିତରକଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନି ନିରାପତ୍ତା ସଂପର୍କିତ ପ୍ରାକ୍ ପ୍ରସ୍ତୁତି ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଅଗ୍ନିଶମ ବିଭାଗର ଇନ୍ସପେକ୍ଟର ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ବରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଇଣ୍ଡେନ ଗ୍ୟାସ କାର୍ଯ୍ୟାଳୟ ସମେତ ସରକାରୀ ଆବାସିକ ବିଦ୍ୟାଳୟ ପରିସରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ଏହି ଅବସରରେ ଆଗ୍ନିକମାନେ ସ୍ଥାନୀୟ ଅଞ୍ଚଳବାସୀ ତଥା ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କିତ ତାଲିମ ପ୍ରଦାନ କରିଥିଲେ  ।

Comments are closed.