ବଜ୍ରାଘାତରେ ଗାଈ ଓ ବାଛୁରୀ ମୃତ

ଲାଞ୍ଜିଗଡ଼: -ଆଜି ସନ୍ଧ୍ୟାରେ ହୋଇଥିବା ଝଡ଼ବର୍ଷା ସହିତ ବଜ୍ରାଘାତ ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ଗ୍ରାମପଞ୍ଚାୟତ ହରେକୃଷ୍ଣପୁର ଗାଁର ଜଣେ ଚାଷୀଙ୍କ ଗୋଟିଏ ଗାଈ ଓ ବାଛୁରୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ହରେକୃଷ୍ଣପୁର ଗାଁର ବୈବସୂତ ସାହୁଙ୍କ ଗୁହାଳରେ ବନ୍ଧା ହୋଇଥିବାବେଳେ ବର୍ଷା, ଝଡ ଓ ବିଜୁଳି ଘଡଘଡି ମାରିଥିଲା। ଏହି ସମୟରେ ହୋଇଥିବା ବଜ୍ରାଘାତରେ ଗୁହାଳରେ ବନ୍ଧା ହୋଇଥିବା ଗାଈ ଓ ବାଛୁରୀର ମୃତ୍ୟୁ ହୋଇଥିଲା।
ସେହିପରି ପ୍ରବଳ ଝଡ ତୋଫାନ ଯୋଗୁଁ ଚଣାଲିମା ଓ ପତ୍ରାପଡା ନିକଟରେ ବିଦ୍ୟୁତ୍ ତାର ଛିଣ୍ଡି ପଡିବାରୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ବିଦ୍ୟୁତ୍ ବିଭାଗ ତତ୍ପରତାର ସହିତ ଏହାର ମରାମତି କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି।

Comments are closed.