ଲାଞ୍ଜିଗଡ଼ ପୁଲିସ ପକ୍ଷରୁ କୋଭିଡ ସଚେତନତା କାର୍ଯ୍ୟକ୍ରମ 

ଲାଞ୍ଜିଗଡ଼ : ଦିନକୁ ଦିନ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଦେଶ ତଥା ରାଜ୍ୟ ବ୍ୟାପି ତୃତୀୟ ଲହରୀର ଆଶଙ୍କା ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାରେ କୋଭିଡ ସଂକ୍ରମଣ ଏଇ କିଛିଦିନ ମଧ୍ୟରେ ଶତକ ପାର କରିଥିବାବେଳେ ଶିଳ୍ପାଞ୍ଚଳ ଲାଞ୍ଜିଗଡରେ କୋଭିଡ ସଂକ୍ରମଣ ସଂପର୍କରେ ଜନସଚେତନତା ଉପରେ ଲାଞ୍ଜିଗଡ ପୁଲିସ ଗୁରୁତ୍ୱ ଦେଇଛି । ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଆଜି ଏଏସ୍‌ଆଇ ମାଝୀ ଗମାଙ୍ଗୋ, ପୁଲିସ କର୍ମଚାରୀ ଶକ୍ତି କୁମାର ମଲ୍ଲିକ, ସୁଶାନ୍ତ ମାଝୀ, ଜଗଦୀଶ ଚଲାନ ପ୍ରମୁଖ ଲାଞ୍ଜିଗଡ ସହରର ବିଭିନ୍ନ୍ ଦୋକାନ, ବଜାର ଓ ଛକ ସହିତ ଜନଗହଳି ହେଉଥିବା ସ୍ଥାନଗୁଡିକରେ ଲୋକଙ୍କୁ କୋଭିଡର ଭୟାବହତା ସଂପର୍କରେ ସଚେତନ କରିବା ସହିତ ମୁହଁରେ ତୁଣ୍ଡି ଲଗାଇବାକୁ କହିଥିଲେ । ମାଇକ ଯୋଗେ ପ୍ରଚାର କରି ଏ ସଂପର୍କରେ ଲାଞ୍ଜିଗଡ ପୁଲିସ ବାର୍ତ୍ତା ଦେଇଥିଲେ ।

Comments are closed.