ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ: ବାଇକ୍ ଓ କାର୍ ଜବତ, ୨ ଗିରଫ ୪ ଫେରାର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଆଜି ଚମ୍ପାଦେଇପୁର ଗ୍ରାମପଞ୍ଚାୟତର ପ୍ରତାପପୁର ନିକଟସ୍ଥ ଏକ ପରିତ୍ୟକ୍ତ କ୍ରସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଏସ୍ଆଇ ବିଳାସିନୀ ଭୋଇ, ଏଏସ୍ଆଇ ମାଝୀ ଗମାଙ୍ଗୋ, କନଷ୍ଟେବଲ୍ ମହେନ୍ଦ୍ର ସ୍ବାଇଁଙ୍କ ନେତ୍ରୁତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଏଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ସେଠାରୁ ଚମ୍ପଟ ମାରିଥିଲେ।

ଚଢ଼ାଉ ସମୟରେ ୪ଟି ବାଇକ୍ ଓ ଗୋଟିଏ କାରକୁ ଜବତ କରିଛି ପୁଲିସ। ଏହାସହିତ ସେଠାରୁ ନଗଦ ୩୦୦ ଟଙ୍କା, ୨ ଗୋଟି ତାସ୍ ମଧ୍ୟ ଜବତ କରାଯାଇଛି। ଦୁଇ ଜଣ ଅଟକ ଯୁବକଙ୍କ ମଧ୍ୟରୁ ଜଣେ ନର୍ଲା ଥାନାଞ୍ଚଳର ନବୀନ କୁମାର ସାହୁ ଓ ରାୟଗଡା ଜିଲ୍ଲା ଅମ୍ବାଦଳାର ଜଗନ୍ନାଥ ସାହୁ ବୋଲି ପୁଲିସ କହିଛି। ଏ ନେଇ କେସ୍ ନମ୍ବର ୯୪/୨୧ ଦଫା ୩ ଓପିଜି ଆଇନରେ ଏକ କେଶ ରୁଜୁ କରି ଏହାର ତଦନ୍ତ ଚାଲୁଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Comments are closed.