ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଭ୍ୟାନ

ଲାଞ୍ଜିଗଡ଼: ଭବାନୀପାଟଣାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ପରିବା ବୋଝେଇ ପିଅକପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପିଅକପ୍ ଭ୍ୟାନଟି ରାୟପୁର ଠାରୁ ରାୟଗଡ଼ାକୁ ପନିପରିବା ନେଇ ଦୃତ ଗତିରେ ଯାଉଥିବା ବେଳେ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ତଳକୁ ଖସି ପଡିଥିଲା। ତେବେ ପିଅକପ୍ ଭ୍ୟାନର ଆଗ ଏବଂ ପଛ ଅଂଶ ଭାଙ୍ଗି କ୍ଷୟକ୍ଷତି ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ସିକେରକୁପା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରିଛି। ଓଭର ଲୋଡିଙ୍ଗ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଯାତ୍ରା କରୁଥିବା ଯୋଗୁଁ ଏହି ରାସ୍ତାରେ ବାରମ୍ବାର ଅନେକ ସମୟରେ ଛୋଟବଡ ଦୁର୍ଘଟଣା ହେଉଥିବା ବେଳେ ଅଞ୍ଚଳବାସୀ ତଥା ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି।

Comments are closed.