ଲାଞ୍ଜିଗଡ଼ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ।

ଲାଞ୍ଜିଗଡ: ସମଗ୍ର ଭାରତବର୍ଷରେ କରୋନା ମହାମାରୀର ତାଣ୍ଡବରେ ହଜାର ହଜାର ଲୋକଙ୍କ ଜୀବନ ମୃତ୍ୟୁର କରାଳଗ୍ରସ୍ତ ହେଉଥିବାବେଳେ ଲାଞ୍ଜିଗଡ଼ ଅନ୍ତର୍ଗତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ନବସର୍ଜନାର ଶୁଭଶଙ୍ଖ ନିନାଦିତ ହେଉଅଛି। ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷକ ତଥା ୟୁକୋ କ୍ଳବର ମୁଖ୍ୟ ଶ୍ରୀ ଜିତେନ୍ଦ୍ର କୁମାର ବାରିକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସଦାନନ୍ଦ ହୋତା।

ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ମମତାଞ୍ଜଳି ହୋତା। ଏ ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାନନ୍ଦ ହୋତା ପୃଥିବୀରେ ହେଉଥିବା ବିଭିନ୍ନ ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଆଦି ପ୍ରାକୃତିକ ବିପର୍ଯ୍ୟୟର ଆଶୁ ସମାଧାନ ବୃକ୍ଷ ରୋପଣ ଦ୍ୱାରା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Comments are closed.