ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ

ଲାଞ୍ଜିଗଡ ବ୍ଲକର ସୀମାନ୍ତ ଗାଁରେ ଜନସଚେତନତା ଅଭିଯାନ

ଲାଞ୍ଜିଗଡ଼ : ଆଜି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ଏକ ଦିନିକିଆ ଗସ୍ତରେ ଯାଇ ଲାଞ୍ଜିଗଡ ବ୍ଲକର ଶେଷ ସୀମାନ୍ତରେ ଥିବା ଲକଟାଖମନ ଗାଁ ପରିଦର୍ଶନ କରିବା ସହିତ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ଆଜି ବିଧାୟକ ଶ୍ରୀ ଦିଶାରି ପ୍ରଥମେ ମଧୁପୁର ଗାଁକୁ ଯାଇ ସେଠାରେ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବା ପରେ ସିଧା ଲକଟାଖମନ ଗାଁକୁ ଯାଇଥିଲେ। ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ଏହି ଆଦିବାସୀ ବହୁଳ ଗାଁ ଆଜି ବି ଅବହେଳିତ ହୋଇଥିବାବେଳେ ବିଧାୟକଙ୍କ ଗସ୍ତ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନୂତନ ଆଶାର ସଂଚାର କରିଥିଲା। ଲୋକେ ନିଜ ପ୍ରତିନିଧିଙ୍କୁ ପାଖରେ ପାଇ ନିଜ ନିଜର ସମସ୍ୟା ଉପସ୍ଥାପିତ କରିଥିଲେ। ଏହାସହିତ ଜନସଚେତନତା ଅଭିଯାନ ଶୀର୍ଷକ କାର୍ଯ୍ୟକ୍ରମରେ ବିଧାୟକ ଗାଁ ଲୋକଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରିବା ସହିତ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏହି ଅବସରରେ ବିଧାୟକଙ୍କ ସହିତ ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି, ସଚ୍ଚିଦାନନ୍ଦ ମହାକୁଡ, ଭବାନୀଶଙ୍କର ନିଆଲ, ପ୍ରଦୀପ କୁମାର ଦାସ, ଅବିନାଶ ଠାକୁର, ଆଦିତ୍ୟ ନନ୍ଦ, ମଣ୍ଟୁ ନାଏକ, ବିଧାୟକ ପ୍ରତିନିଧି ଋତୁରାଜ ମାଝୀ, ପ୍ରଦୀପ ଘଡେଇ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଯୁବନେତା ଜଗଦୀଶ ବେନିଆଁ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, କିରଣ ମାଝୀ, ଚିତ୍ରସେନ ମାଝୀ ପ୍ରମୁଖ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ସୁଶୀଲ କୁମାର ବାଗ, ପିଣ୍ଟୁ ପତି, ପିତାମ୍ବର ଭୋଇ, ଦଶମତ ଭୋଇ, ଜଳଧର ସାଗର, ବୁଲୁ ହାତୀ, ଧର୍ମାନନ୍ଦ ଗହୀର ପ୍ରମୁଖ ପରିଚାଳନା କରିଥିଲେ।

Comments are closed.