ମାସ୍କ ତିଆରି କଲେ ଲାଞ୍ଜିଗଡ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା

ଲାଞ୍ଜିଗଡ: ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି। ଏହି ସମୟରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ଦ୍ୱାରା ସ୍ଥାନୀୟ ଅଞ୍ଚଳ ତଥା ନିଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ଏହି ଅବସରରେ କମ୍ପାନୀ ପ୍ରୋତ୍ସାହିତ ସଖି ପ୍ରକଳ୍ପ ଅର୍ନ୍ତଗତ ଶକ୍ତିମୟୀ ଫାଉଣ୍ଡେସନର ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ତିଆରି କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ମାସ୍କ ସପ୍ତାହକୁ କୋଡିଏ ହଜାର ମାସ୍କ ତିଆରି ଲକ୍ଷରଖି ସ୍ୱଂୟ ସହାୟକ ଗୋଷ୍ଠୀର ୨୯ଜଣ ମହିଳା ମାସ୍କ ତିଆରି କରୁଛନ୍ତି ଏବଂ ଏଥିପାଇଁ କମ୍ପାନୀ ତରଫରୁ ଆବଶ୍ୟକ ସଂଶାଧନ ସହିତ ସିଲାଇ ମେସିନ ମଧ୍ୟ ଯୋଗାଇ ଦିଆଯଇଛି। ବେଦାନ୍ତ ପାର୍ଶ୍ବବର୍ତ୍ତି ୮ଟି ଗ୍ରାମରେ ଏଯାବତ ୪୫୦୦ଟି ମାସ୍କ ଏବଂ ୩୬୦୦ଟି ସାବୁନ ବଣ୍ଟା ସରିଲାଣି।

ବେଦାନ୍ତ ପକ୍ଷରୁ ମୁଖ୍ୟ ବାହ୍ୟ ସର୍ମ୍ପକ ଅଧିକାରୀ ନବଲ କିଶୋର ଶର୍ମା ଏବଂ ସାମାଜିକ ଦାଇତ୍ୱବୋଧ ବିଭାଗୀୟ ମୁଖ୍ୟ ଡ.ନୀଳାଦ୍ରି ଭୁଷଣ ପାଢି, ଲାଞ୍ଜିଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ହଜାରଟି ମାସ୍କ ଏବଂ ହଜାରଟି ସାବୁନ ହସ୍ତାନ୍ତର କରିଛନ୍ତି। ଏହା ସହିତ ବେଦାନ୍ତ ହସ୍ପିଟାଲ ଏବଂ କମ୍ପାନୀ ଅଧିକାରୀ ମାନେ ପାର୍ଶ୍ବବର୍ତ୍ତି ଅଞ୍ଚଳ ଗସ୍ତକରି ମାସ୍କ ତଥା ସାବୁନ ବାଣ୍ଟିବା ସହିତ ସେମାନଙ୍କ ଉପେଯାଗିତା ବିଷୟରେ ଲୋକଙ୍କୁ ବୁଝାଉଛନ୍ତି। ବେଦାନ୍ତ ଲାଞ୍ଜିଗଡର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ ଏହି ଅବସରରେ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ କମ୍ପାନୀ ତରଫରୁ କରୋନା ମୁକାବିଲା ନେଇ ସୁସ୍ଥ ଜୀବନ ଯାପନ ଏବଂ ପରିଚ୍ଛନ୍ନତା ନେଇ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯାଇଛି। ଏହି ସମୟରେ ସରକାର ତଥା ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇ ବେଦାନ୍ତ ସଖି ପ୍ରକଳ୍ପ ଅର୍ନ୍ତଗତ ଲାଞ୍ଜିଗଡର ସ୍ୱଂୟ ସହାୟକ ଗୋଷ୍ଠିର ମହିଳା ମାନେ ମାସ୍କ ତିଆରି କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ସବୁ ସୁବିଧା ବେଦାନ୍ତ ଯୋଗଇଦେଇଛି। ଏହି ପଦକ୍ଷେପ ସେମାନଙ୍କ ଜୀବିକାର୍ଜନରେ ସାହାଯ୍ୟ କରିବା ସହିତ ସାମୁଦାୟିକ ବିକାଶରେ ମଧ୍ୟ ଭାଗିଦାର ସାଜିଛି। ବେଦାନ୍ତ ଲାଞ୍ଜିଗଡ ସମସ୍ତ କର୍ମଚାରୀ,ପରିବାରବର୍ଗ ତଥା ଅଞ୍ଚଳବାସିଙ୍କ ସୁରକ୍ଷା ଏବଂ କଲ୍ୟାଣ ନେଇ ପ୍ରତିଶୃତିବଦ୍ଧ ଅଟେ। ପ୍ରକଳ୍ପ କାର୍ଯ୍ୟସ୍ଥଳୀରେ କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ସଂକ୍ରନ୍ତୀୟ ସୁରକ୍ଷା ପ୍ରଣାଳିକୁ ଆହୁରି ସୃଦୁଢ କରିବା ନେଇ ନିତିନିୟମକୁ କଡାକଡି ପାଳନ କରିବା ପାଇଁ ଜୋର ଦେଉଛି କମ୍ପାନୀ। ଏଥିପାଇଁ କର୍ମଚାରୀଙ୍କ ଯାତ୍ରାନେଇ ରୋକ ଲଗାଇବା ସହିତ,କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ତଥା ଏକତ୍ର ଯାତ୍ରା ନକରିବା ଉପରେ ବିଶେଷ ଦୃଷ୍ଟି ଦେଉଛି। ପ୍ରକଳ୍ପ ପ୍ରବେଶ ପଥରେ କର୍ମଚାରୀଙ୍କ ତାପମାନ ତାପମାନ ମପା ଯିବା ସହିତ ଅସୁସ୍ଥ କର୍ମଚାରୀଙ୍କ ଲକ୍ଷଣ ନେଇ ସଙ୍ଗରୋଧ ବା ପୃଥକିକରଣର ବ୍ୟବସ୍ଥା କରାଯାଇଛି।

Comments are closed.