ଲାଞ୍ଜିଗଡରେ ଲାଲ ବାହିନିର ଲାଲ ବ୍ୟାନର

ଲାଞ୍ଜିଗଡ଼ : କିଛି ଦିନର ନିରବତା ପରେ ପୁଣି ଜାଗି ଉଠିଲେ ମାଓବାଦୀ । ଲାଞ୍ଜିଗଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସେମାନଙ୍କ ନାଲି ଅଖି ଦେଖାଇ ଲୋକଙ୍କୁ ଭୟଭିତ କରାଉଥିବା ବେଳେ ଗୋଟିଏ ପରେ ଗୋଟିଏ ତାଣ୍ଡବ ରଚି ଚାଲିଛନ୍ତି । ଗତ ୨ ତାରିଖରୁ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ବର୍ତ୍ତମାନ ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ତ୍ରିଲୋଚନପୁର ପଞ୍ଚାୟତର ଖେମଡିପଦର ଗାଁରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ହାତଲେଖା ମାଓ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟର ବଶଂଧରା ଘୁମସର ନାଗାବଳି ଡିଭିଜନ (ସିପିଆଇ ମାଓବାଦି)ଜାରି କରିଥିବା ଦର୍ଶାଯାଇଛି । ତ୍ରିଲୋଚନପୁରର ରାସ୍ତାକାମକୁ ବନ୍ଦ କର ଏହି ରାସ୍ତା ଲୋକଙ୍କ ପାଇଁ ନିର୍ମାଣ କରାଯାଉନାହିଁ ନିୟମଗିରିର ଖଣିଜ ସମ୍ପଦ ଟେକି ନେବା ପାଇଁ ଏହା ନିର୍ମାଣ ହେଉଛି, ବାରମ୍ବାର ବନ୍ଦ କରିବା ପାଇଁ କୁହାଯାଉଛି ଜଦି ବନ୍ଦ ନକରିବ ଦଣ୍ଡ ପାଇବ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ସେହିଭଳି ଶିବପଦର ପଞ୍ଚାୟତର ସେରକପାଡି ରାସ୍ତା ଓ ମୁନିଖୋଲ ପଞ୍ଚାୟତର ମାଣ୍ଡାଜିବା ରାସ୍ତାକୁ ମଧ୍ୟ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି । ୨ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଚାଲିଥିବା ସହିଦ ଦିବସକୁ ପାଳନ କରନ୍ତୁ ଜଳ, ଜମି, ଜଙ୍ଗଲ ଓ ନିଜର ଅଧିକାର ପାଇଁ ପିଏଲଜିଏରେ ଯୋଗ ଦିଅନ୍ତୁ । ଫାସିବାଦି ମୋଦୀ ଓ ନବୀନ ସରକାର ମୁର୍ଦାବାଦ, ଜନଯୁଦ୍ଧରେ ସାମିଲ ହୁଅନ୍ତୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ତ୍ରିଲୋଚନପୁର ପଞ୍ଚାୟତରେ ଅସ୍ଥାୟୀ ଭାବରେ ଥିବା ସିଆରପିଏଫ୍ କ୍ୟାମ୍ପକୁ ହଟା ଯାଉ ବୋଲି ମାଓବାଦୀ ପୋଷ୍ଟରରେ ଦର୍ଶାଇଛନ୍ତି । ଏହି ପୋଷ୍ଟର ଲାଗିଲା ପରେ ଅଞ୍ଚଳରେ ଏକ ପ୍ରକାର କୋକୁଆଭୟ ଖେଳିଯାଇଛି ।

Comments are closed.