ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ରକ୍ତଦାନ ଶିବିର, ୯୫ ୟୁନିଟ୍‍ ସଂଗୃହୀତ

ଲାଞ୍ଜିଗଡ଼ : ମହାମାରୀ କରୋନାର ଭୟାବହତା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସବୁଠାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟ ହଇରାଣ ହରକତ ହେଉଥିବାବେଳେ ରକ୍ତ ଆବଶ୍ୟକ ହେଲେ ସେମାନଙ୍କୁ ସହଜରେ ରକ୍ତ ମିଳେନାହିଁ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ମୋ ସରକାର ଅଧୀନରେ ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେଉଛି।

ଆଜି ଲାଞ୍ଜିଗଡ ପୁଲିସ ପକ୍ଷରୁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହନ୍ତ, ବେଦାନ୍ତ ସିଏସ୍‍ଆର୍‍ ମୁଖ୍ୟ ନୀଳାଦ୍ରିଭୂଷଣ ପାଢୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରଟିକୁ ଉଦ୍‍ଘାଟନ କରିଥିଲେ। ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ସଫଳ କରିବାରେ ସୋସିଆଲ ଏକ୍ଟିଭିଷ୍ଟ ଅଫ୍‍ କଳାହାଣ୍ଡି ଲାଞ୍ଜିଗଡ ଶାଖାର ସଭାପତି ମିଲନ କୁମାର ନାୟକ, ସଂପାଦକ ରାଜେଶ ନାଏକ, ଉମାକାନ୍ତ ରଣା, ମାନବେନ୍ଦ୍ର ଜେନା, ସଦାନନ୍ଦ ଦଣ୍ଡସେନା, ଲାଞ୍ଜିଗଡ ପୁଲିସର ଏସ୍‍ଆଇ ବିପିନ କୁମାର କୂଳଦୀପ, ହାବିଲଦାର କାଶୀନାଥ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବେଦାନ୍ତ ହସ୍ପିଟାଲର ମ୍ୟାନେଜର ଅମର କୁମାର ମହାନ୍ତି, ଅତନୁ ମହାପାତ୍ର, ଜଗନ୍ନାଥ ବାଗ ଓ ବେଦାନ୍ତ ବାହ୍ୟ ସଂପର୍କ ବିଭାଗର ବୁଲୁ ଯୋଷୀ, ଚିନ୍ମୟ ଷଡଙ୍ଗୀ, ପିୟୁଷ ମହାନ୍ତି ତଥା ଭବାନୀପାଟଣା ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ ଓ ଶିବିର ପରିଚାଳନାରେ ସକ୍ରିୟ ଭୂମିକା ନେଇଥିଲେ। ଶିବିରରେ ଲାଞ୍ଜିଗଡ ପ୍ରେସ କ୍ଲବ ପକ୍ଷରୁ କୈଳାସ ସାହୁ, ପରେଶ ନାୟକ, ଏମ୍‍ ଚନ୍ଦ୍ରଶେଖର ତଥା ଅଞ୍ଚଳର ବିଭିନ୍ନ ସଂଗଠନ, ଯୁବକ ସଂଘ ଓ ବେଦାନ୍ତ କର୍ମଚାରୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଥିଲେ। ଏଥିରେ ୯୫ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଥିଲା।

Comments are closed.