ଲାଞ୍ଜିଗଡ଼ ବ୍ଲକରେ ସାତଟି ପଞ୍ଚାୟତ ସଟଡାଉନ୍‍, ଦାରପଟା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଗତ ତିନିଦିନ ମଧ୍ୟରେ ଏହାର ସଂଖ୍ୟା ପଚାଶ ପାର କରିସାରିଲାଣି । ଏହି ଅଞ୍ଚଳର ସରପଞ୍ଚମାନେ ସାତଟି ପଞ୍ଚାୟତକୁ ସଟଡାଉନ୍‍ ଘୋଷଣା କରିଛନ୍ତି। ଲାଞ୍ଜିଗଡ, ବସନ୍ତପଡା, ଛତ୍ରପୁର, ବାତେଲିମା ଓ ଲାଞ୍ଜିଗଡରୋଡ ପଞ୍ଚାୟତର ସରପଞ୍ଚମାନେ ନିଜ ନିଜ ପଞ୍ଚାୟତ ଅଞ୍ଚଳରେ ସଟଡାଉନ୍‍ ଘୋଷଣା କରିଥିବାବେଳେ ଗତକାଲିଠାରୁ ଚମ୍ପାଦେଇପୁର, ବିଶ୍ୱନାଥପୁର ପଞ୍ଚାୟତର ସରପଞ୍ଚ ଏହି ଦୁଇଟି ପଞ୍ଚାୟତକୁ ସଟଡାଉନ୍‍ ଘୋଷଣା କରିଛନ୍ତି। ଅପରପକ୍ଷରେ ବିଶ୍ୱନାଥପୁର ପଞ୍ଚାୟତ ଦାରପଟା ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ପିଙ୍କି ସିରିକାକା ସାତଦିନ ପାଇଁ ଦାରପଟା ଗାଁକୁ କଣ୍ଟେମେଣ୍ଟ ଜୋନ୍‍ ଘୋଷଣା କରିଛନ୍ତି। ଦାରପଟା ଗାଁକୁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଓ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ପରିଦର୍ଶନ କରିଥିବାବେଳେ ଥାନାଧିକାରୀ ରୁନୁ କୁମାରୀ ମାଝୀ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି।

Comments are closed.