ଦୁର୍ଘଟଣାଗ୍ରସ୍ତ ଅସହାୟ ଛାତ୍ର କୁ ସହାୟ ହେଲା ଲାଞ୍ଜିଗଡ଼ ଆଦିବାସୀ ସଂଘ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ସ୍ଥିତ ମାଳିଯୁବାଙ୍ଗ ଗାଁର ସ୍ୱର୍ଗତ ବାୟା ମାଝୀଙ୍କ ଏକ ମାତ୍ର ନାବାଳକ ପୁଅ ଅମିନ ମାଝୀ(୧୩)ତାଙ୍କ ଡାହାଣ ହାତ ଏକ ସଡକ ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବେଳେ ଚିକିତ୍ସା ପାଇଁ ସହାୟତା ପାଇଁ ମା’ ନିବେଦନ କରିଥିଲେ। ସୂଚନା ମୁତାବକ ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ମାଳିଯୁବାଙ୍ଗ ଗାଁର ସ୍ୱର୍ଗତ ବାୟା ମାଝୀଙ୍କ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏକ ମାତ୍ର ଶିଶୁପୁତ୍ର ଅମିନ ମାଝୀ ଗତ ୨୦୨୦ ନଭେମ୍ବର ମାସରେ କୌଣସି କାରଣ ଯୋଗୁଁ ନିକଟସ୍ଥ ଗାଁ ବିଜେପୁର ଆସିଥିଲା। ଅପରାହ୍ନ ସମୟରେ ନିଜେ ଗାଁକୁ ଯିବା ସମୟରେ ବିଜେପୁର ପ୍ରଧାନୀ ପଡା ଛକ ନିକଟରେ ଏକ ଅଜଣା ପିକକ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଗାଡିକୁ ସ୍ଥାନୀୟ ଲୋକେ ଅଟକାଇ ଥିଲେ ମଧ୍ୟ ଘଟଣା ସ୍ଥଳରେ ନରହି ଭ୍ୟାନଟି ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଅମିନଙ୍କ ଘର ଲୋକଙ୍କୁ ଖବର ଦେଇ ଥିଲେ। ଅମିନ ଗୁରୁତର ଥିବା ଯୋଗୁଁ ଲୋକଙ୍କ ଠାରୁ କିଛି ପଇସା ଉଧାର କରି ଏକ ଗାଡି ଭଡା କରି ବ୍ରହ୍ମପୁର ମେଡ଼ିକାଲ ନେଇ ଅମିନ କୁ ଭର୍ତ୍ତି କରିଥିଲେ।ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ହାତକୁ ସପଟ ପାଇଁ ରଡ଼ ଲଗାଯାଇଥିଲା। କିଛିଦିନ ମେଡ଼ିକାଲରେ ରହିବା ପରେ ଅମିନ ଘରକୁ ଆସିଥିଲା କିନ୍ତୁ ଦୁଃଖର ବିଷୟ ଅମିନଙ୍କ ଦୁର୍ଘଟଣାର ୧୫ ଦିନ ପରେ ବାପା ବାୟା ମାଝୀଙ୍କ ମୃତ୍ୟୁ ହୋଇ ଯାଇଥିଲା।ମା’ ବର୍ତ୍ତମାନ କୁଲି ମଜୁରୀ କରି ମା ପୁଅ ଚଳୁଥିବା ବେଳେ ହାତର ସପଟ ରଡ଼ ଆଜି ପର୍ଯ୍ୟନ୍ତ ଖୋଲା ଯାଇନାହିଁ।

 

ଡାକ୍ତରଙ୍କ ଦେଇଥିବା ସମୟରୁ ୩ ମାସ ଅଧିକ ହୋଇ ଯାଇଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁଁ ଅମିନ ହାତର ରଡ଼ ଆଜି ପର୍ଯ୍ୟନ୍ତ ଖୋଲା ଯାଇନାହିଁ। ମା କୁଲି ମଜୁରୀ କରି ପରିବାର ପୋଷଣ ସହ ଅମିନଙ୍କ ଔଷଧ ପତ୍ର ଯୋଗୁଁ ବହୁ ଲୋକଙ୍କ ଠାରୁ ଧାର ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ଅମିନଙ୍କ ହାତର ସପଟ ରଡ଼ ଖୋଲା ଯିବା ପାଇଁ ତାଙ୍କ ପାଖରେ ପଇସା ନାହିଁ। କୌଣସି ସଦୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ମିଳିଲେ ପୁଅର ହାତ ଠିକ ହୋଇ ଯିବ ବୋଲି ମା ନିବେଦନ କରିଥିବା ବେଳେ ଏହି ଖବର ପାଇ ଲାଞ୍ଜିଗଡ଼ ଆଦିବାସୀ ସଂଘର ଏକ ପ୍ରତିନିଧି ଦଳ ମାଳିଯୁବାଙ୍ଗ ଗାଁକୁ ଯାଇ ଅମିନର ପରିବାରକୁ ଭେଟିଥିଲେ । ତାଙ୍କର ଆର୍ôଥକ ପରିସ୍ଥିତି କିପରି ଅଛି ପଚାରି ବୁଝିବା ପରେ ଅମିନର ଉଚ୍ଚ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରିବା ପାଇଁ କହିଥିଲେ । ବେଦାନ୍ତର ଏକ ଆମ୍ବୁଲାନ୍ସ ଯୋଗେ ଅମିନକୁ ଲାଞ୍ଜିଗଡ଼ ଅଣାଯାଇ ବେଦାନ୍ତ ଡାକ୍ତରଖାନାରେ ରଖାଯାଇଛି । ଆସନ୍ତା କାଲି ଚିକିତ୍ସା ପାଇଁ କଟକ ନିଆଯିବ ବୋଲି ସଂଘ ସଦସ୍ୟ ଜଳନ୍ଧର ମାଝୀ କହିଛନ୍ତି । ଆଦିବାସୀ ସଂଘରୁ ସଭାପତି ଫକୀର ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପ ସଭାପତି ପ୍ରଦୀପ ମାଝୀ, ପୂର୍ଣ୍ଣ ଚନ୍ଦ୍ର ମାଝୀ . ସମ୍ପାଦକ ପାତ୍ର ମାଝୀ . ସହ ସମ୍ପାଦକ୍ ସନମ ମାଝୀ ଜଳନ୍ଧର ମାଝୀ ,ପବିତ୍ର ମାଝୀ, ରାଜେନ୍ଦ୍ର ମାଝୀ ,ଡ଼ମେ ମାଝୀ, ଅରକ୍ଷିତ ମାଝୀ,ନିରଞ୍ଜନ ମାଝୀ, ଜଗଦିଶ ପୁଟା ପ୍ରମୁଖ ମାଳିଯୁବାଙ୍ଗ ଯାଇ ଅମୀନଙ୍କୁ ଲାଞ୍ଜିଗଡ଼ ଆଣିଛନ୍ତି ।

Comments are closed.