ସ୍ବାମୀ ସ୍ତ୍ରୀ କଳହରେ ସ୍ତ୍ରୀର ଆତ୍ମହତ୍ୟା

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ସିମେଲଗୁଡା ଗ୍ରାମର ସୁଷମା ମାଝୀ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ କିଛିଦିନ ପୂର୍ବରୁ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା ପରେ ସ୍ତ୍ରୀ ସୁଷମା ନିଜ ବାପାଙ୍କ ଘର ଥୁଆମୂଳ ରାମପୁର ଥାନ ଅନ୍ତର୍ଗତ ଆମଠାଗୁଡାକୁ ଚାଲିଯାଇଥିଲେ ଏବଂ ଗତ କାଲି ଗୁରୁବାର ଦିନ ନିଜ ସ୍ଵାମୀଙ୍କ ଘରକୁ ଫେରି ଆସିଥିଲେ । ସେହିଦିନ ଦିନ ଦିପହରେ ସ୍ବାମୀ ଗୁଣନିଧି ମାଝୀ ନିଜ ଚାଷ କାମରେ ଵିଲକୁ ଯାଇଥିବା ବେଳେ ସୁଷମା ମାଝୀ (୨୮)ନିଜଘର ଭିତରେ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରେ ପଡୋଶୀ ମାନେ ଦେଖି ଚାଷଜମି କୁ ଯାଇ ସ୍ବାମୀ ଗୁଣନିଧି ମାଝୀ କୁ ଡ଼ାକିନେଇ ଦେଖିଲା ବେଳକୁ ସୁଷମାର ପ୍ରାଣବାୟୁ ଚାଲିଯାଇଥିଲା । ପରେ ସୁଷମାର ବାପାଘର କୁ ଖବର ପଠାଗଲା । ଆଜି ସନ୍ଧ୍ୟାରେ ସୁଷମା ମାଝୀଙ୍କ ପରିବାର ଲୋକେ ଆସିବାପରେ ବିଜେପୁର ଥାନାରେ ଲିଖତ ଅ ଭିଯୋଗ କରିବା ପରେ ବିଜେପୁର ଥାନା କେସ ନମ୍ବର ୫/୨୦୨୧ ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବିଜେପୁର ଥାନା ଅଧିକାରୀ ଛୁଟି ରେ ଥିବାରୁ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଶବ ଜବତ କରି ଆଜି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣା ଘଟିବା ପରେ  l ଲାଞ୍ଜିଗଡ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମଟମ ରିପୋର୍ଟ ଆସିଲେ ଘଟଣାଟି ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରିଛନ୍ତି l

Comments are closed.