ବସ୍ତରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ – ୨ ଯବାନ ସହିଦ, ଜଣେ ଗୁରୁତର

ମାଲକାନଗିରି: ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଛତିଶଗଡ଼ ରାଜ୍ୟ ବସ୍ତର ଜିଲା ଅନ୍ତର୍ଗତ ମରଦୁମ ଥାନା ପୁଷ୍ପାଳ ନିକଟରେ ସି. ଏ. ଏଫ ଯବାନ ମାନେ କୁମ୍ବିଂ ଅପରେସନ କରୁ ଥିବା ବେଳେ ମାଓବାଦୀ ପ୍ରାୟ ସାତଟି ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ କରି ଥିଲେ। ଫଳରେ ବିସ୍ପୋରଣରେ ଘଟଣାସ୍ଥଳରେ ଦୁଇ ଜଣ ଯବାନ ଉପେନ୍ଦ୍ର ସିଂ ଓ ଦେବେନ୍ଦ୍ର ସିଂଙ୍କ ମୃତ୍ୟୁ ଘଟିଥିଲା ଓ ଏ.ଏସ. ଆଇ ଏସ. ଏମ ରହମାନ ଗୁରତର ଆହତ ହୋଇଥିଲେ। ଆହତଙ୍କୁ ଦନ୍ତେୱାଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରୁ ମାଓବାଦୀ ଏ. କେ ୪୭ ରାଇଫଲ ଓ ୱାକିଟକି ଲୁଟି ନେଇଥିବାବେଳେ ପୁଲିସ ସହ ଗୁଳି ବିନିମୟ ହୋଇ ଥିବା ସୂଚନା ମିଳିଛି।ଏସ.ଟିଏଫ ପକ୍ଷରୁ ଏଠାରେ ଗୁଳି ବିନିମୟ ହୋଇଥିବାବେଳ ଏହି ଅଞ୍ଚଳ ରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଘଟଣା ପରେ ଓଡିଶା ସୀମାକୁ ସିଲ କରି ଦିଆଯାଇ ହାଇଆର୍ଲଟ ଜାରି କରାଯାଇଛି।

Comments are closed.