ସୁକମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ; ଜଣେ ଯବାନ ଗୁରୁତର

0

ସୁକମା : ଛତିଶଗଡ ସୁକମା ଜିଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍‍ ଯବାନ ବିରେନ୍ଦ୍ର ଯାଦବ ଆହତ ହୋଇଥିବା ଜଣାପଡିଛି। ଜଗରଗୁଣ୍ଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ୨୨୩ବାଟାଲିୟନ ସିଆରପିଏଫ୍‍ ଯବାନ ଅପରେସନ କରୁଥିବା ସମୟରେ ଏହି ବିସ୍ପୋରଣ ହୋଇଥିଲା। ଆହତ ଯବାନ ବିରେନ୍ଦ୍ରଙ୍କୁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଗାମୀ ମାସ ଛତିଶଗଡରେ ବିଧାନସଭା ନିର୍ବାଚନ ଥିବାରୁ ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ ନିୟମିତ ଅପରେସନ କରାଯାଉଛି।

 

Leave A Reply