ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର

0

ବଣାଇ : ବଣାଇର ଏକ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଜବତ କରାଯାଇଛି। ସିଆରପିଏଫ୍ ଯବାନମାନେ କେ.ବଳାଙ୍ଗ ଥାନା ଲଙ୍ଗଳକଣ୍ଟା ଜଙ୍ଗଲରେ କମ୍ବିଂ ଅପରେସନ କରୁଥିବା ବେଳେ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ଏହି କମ୍ବିଂ ଅପରେସନ କରାଯାଉଥିଲା। ସିଆରପିଏଫ୍ ଯବାନମାନେ ଉଦ୍ଧାର କରିଥିବା ଲ୍ୟାଣ୍ଡମାଇନକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରିଦେଇଥିବା ଜଣାପଡିଛି।

Leave A Reply