ଦୀଘାରେ ପ୍ରଳୟ ରଚିଲା ଅମ୍ପନ

ସମାଜ ପୋର୍ଟାଲ ଡେସ୍କ : ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଦୀଘା ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବେଗରେ ପବନ ଓ ମୂଷଳ ଧାରାରେ ବର୍ଷା ଜାରି ରହିଛି ।

ଏହାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦିନ ୨.୩୦ ମିନିଟରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରାୟ ୪ ଘଣ୍ଟା ଧରି ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳବିଶେଷରେ ୧୮୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତରଉତ୍ତରପୂର୍ବ ଦିଗକୁ ଗତି କରିବ ।

Comments are closed.